ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦଳପଡ଼ା ଗାଁରେ ଦଣ୍ଡନାଚ ଚାଲିଥିଲା ବେଳେ ବିଦ୍ୟୁତ ଆଘାତରେ ଆସି ଜଣେ ଦଣ୍ଡୁଆଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରିପୁରମୁଣ୍ଡିପଦର ଗାଁର ପ୍ରଭାତ କହଁର।

ଦଳପଡ଼ା ଗାଁକୁ ଦଣ୍ଡନାଚ ପାଇଁ ବୌଦ୍ଧ ଜିଲ୍ଲା ହରିପୁରମୁଣ୍ଡିପଦର ଗାଁର ପ୍ରାୟ ୨୫ ଜଣ ଦଣ୍ଡୁଆ ଆସିଥିଲେ। ସୋମବାର ବିଳମ୍ବିତ ରାତିରେ ଦଣ୍ଡନାଚ ଚାଲିଥିଲା ବେଳେ ହଠାତ କାଳ ବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏହି ସମୟରେ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରୁ ତାର ଛିଣ୍ଡି ଦଣ୍ଡୁଆ ପ୍ରଭାତ କାହଁରଙ୍କ ଉପରେ ପଡ଼ିଯାଇଥିଲା।

ପ୍ରଭାତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖଜୁରିପଡ଼ା ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Tags: #Phulbani #Death #Electricshock #Odisha

LEAVE A REPLY

Please enter your comment!
Please enter your name here