ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ମାମଲାରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ପ୍ଲାନିଂ କାର୍ଯ୍ୟାଳୟର ପୂର୍ବତନ କନିଷ୍ଠ କିରାଣୀ ପ୍ରତାପ ଚନ୍ଦ୍ର କେଶୀଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ବାରିପଦାସ୍ଥିତ ସ୍ଵତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତ। ଏହା ସହିତ ୨୫ ହଜାର ଟଙ୍କା ଜୋରିମାନା ଆଦେଶ ରହିଛି। ଜୋରିମାନା ଅନାଦେୟ ଅଧିକ ୫ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗତ ୨୦୨୩ ମସିହାରେ ବାରିପଦା ଟାଉନ ପ୍ଲାନିଂ କାର୍ଯ୍ୟାଳୟର କିରାଣୀ ପ୍ରତାପ ଚନ୍ଦ୍ର କେଶୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ। ଚଢ଼ଉ ବେଳେ ମୋଟ ୧୯ ଲକ୍ଷ ୩ ହଜାର ୯୦୯ ଟଙ୍କା ଜବତ କରାଯାଇଥିଲା। ଜବତ ସମ୍ପତ୍ତି ପ୍ରତାପ ଚନ୍ଦ୍ର କେଶୀଙ୍କ ଆୟଠାରୁ ୮୮ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଥିଲା।

ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରତାପ ଚନ୍ଦ୍ର କେଶୀଙ୍କ ପେନସନ ବନ୍ଦ କରିବା ଲାଗି ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତାପ ଚନ୍ଦ୍ରଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି।

Tags: #Baripada #Judgement #Jail #Court #DisproportionateAssetsCase

Comment