ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ ସାବ୍ୟସ୍ତ ହୋଇଥିବା ଲାଡ଼ା ସିକୁଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୩ ମାସ ବର୍ଷ ଜେଲ ଦଣ୍ଡ ରହିଛି।

ଲାଡ଼ା ସିକୁଙ୍କ ଘର ହେଉଛି ମୟୂରଭଞ୍ଜ ଜିଲ୍ଲା ଘାଗରବେଡ଼ା ଥାନା ଅନ୍ତର୍ଗତ ନିମିପୋଖରୀ ଗ୍ରାମରେ। ୨୦୧୯ ମସିହା ଅଗଷ୍ଟ ୨୭ ତାରିଖରେ ଲଡ଼ା ଜଣେ ନାବାଳିକାଙ୍କୁ ପ୍ରଲୋଭିତ କରି ନିଜ ଘରକୁ ଆଣିଥିଲେ। ତିନିଦିନ ଧରି ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଛାଡ଼ି ଦେଇଥିଲେ। ପୀଡ଼ିତା ନାବାଳିକା ଘଟଣା ସମ୍ପର୍କରେ ନିଜ ପରିବାରକୁ ଜଣାଇବା ପରେ ପରିବାର ଲୋକେ ଘାଗରବେଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପରେ ପୋଲିସ ଅଭିଯୁକ୍ତ ଲାଡ଼ା ସିକୁଙ୍କୁ ଗିରଫ କରିଥିଲା। ନାବାଳିକା ଦୁଷ୍କର୍ମ ମାମଲାରେ ତଦନ୍ତ ରିପୋର୍ଟ ଏବଂ ୨୧ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତ ଲାଡ଼ା ସିକୁଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ଵତନ୍ତ୍ର ପୋକ୍ସୋ କୋର୍ଟ।

Tags: #Mayurbhanj #RapeCase #Court #Judgement #Odisha #Jail

LEAVE A REPLY

Please enter your comment!
Please enter your name here