ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଉର୍ମାଗଡ଼ ଜଳପ୍ରପାତରୁ ଗୋଟିଏ ନର କଙ୍କାଳ ଉଦ୍ଧାର କରାଯାଇଛି। ସଦର ଥାନା ପୋଲିସ ଏହି କଙ୍କାଳ ଉଦ୍ଧାର କରିବା ସହ ଏହାକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ ବୋଲି କହିଛି।

ଗତ ଅକ୍ଟୋବର ମାସ ୮ ତାରିଖରୁ ନିଖୋଜ ଥିବା ଆଦର୍ଶ ବିଦ୍ୟାଳୟର ଛାତ୍ର ରାଖାଲ ବେହେରାଙ୍କର ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।

ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିବା କଟ୍ରିଙ୍ଗିଆ ପଞ୍ଚାୟତ ନାକୁଡ଼ିସରୁ ଗ୍ରାମର ଲିଙ୍ଗା ବେହେରାଙ୍କ ପୁଅ ରାଖାଲ ଗତ ଅକ୍ଟୋବର ୮ତାରିଖ ଅପରାହ୍ଣରେ ସାଙ୍ଗମାନଙ୍କ ସହ ଉର୍ମାଗଡ଼ ଜଳପ୍ରପାତକୁ ବୁଲିବା ପାଇଁ ଯାଇଥିଲେ।  ଅସାବଧାନତା ଯୋଗୁଁ ଗୋଡ଼ ଖସିଯିବାରୁ ରାଖାଲ ପ୍ରଖର ସ୍ରୋତରେ ଭାସିଯାଇ ଥିଲେ। ସାଙ୍ଗମାନେ ବହୁ ଖୋଜାଖୋଜି କରି ବିଫଳ ହେବା ପରେ ରାଖାଲଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଖୋଜିବା ପାଇଁ ବହୁ ପ୍ରୟାସ କରିଥିଲେ ମଧ୍ୟ ରାଖାଲଙ୍କର କୌଣସି ପତ୍ତା ମିଳିପାରି ନଥିଲା।

ପଥର କିମ୍ବା ଖାଲରେ ରାଖାଲ ଲାଖି ରହିଯାଇଥିବା ସନ୍ଦେହ କରି ନଦୀର ଏକ କିଲୋମିଟର ଦୂରରେ ମାଟି ଓ ବାଲି ବସ୍ତା ପକାଇ ପାଣିର ସ୍ରୋତକୁ କମାଇ ଖୋଜି ଥିଲେ ଉଦ୍ଧାରକାରୀ ଦଳ। କିନ୍ତୁ କୌଣସି ସୁଫଳ ମିଳିପାରି ନଥିଲା।

ଦୁଇ ମାସ ପରେ ଉର୍ମାଗଡ଼ ଜଳପ୍ରପାତରୁ ନର କଙ୍କାଳଟିଏ ଉଦ୍ଧାର ହେବା ପରେ ଏହା ନିଖୋଜ ଛାତ୍ରଙ୍କର ହୋଇଥାଇପାରେ ବୋଲି କୁହାଯାଉଛି।

Tags: #Phulbani #HumanSkeleton #UrmigarhWaterfall #Odisha

LEAVE A REPLY

Please enter your comment!
Please enter your name here