ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ମୃତ୍ୟୁ କେବେ, କେମିତି ଆସିବ ତାହା କାହାକୁ ବି ଜଣାନଥାଏ। ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ। ଜଣେ ଡ୍ରାଇଭର ବସ ଚଲଉ ଥିବା ସମୟରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ହେଉଛନ୍ତି ସନା ପ୍ରଧାନ। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

ମା’ ଲକ୍ଷ୍ମୀ ନାମକ ଏକ ଘରୋଇ ବସ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ କନ୍ଧମାଳ ଜିଲ୍ଲାର ସାରଙ୍ଗଗଡ଼ଠାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। ଜି. ଉଦୟଗିରି ରାସ୍ତାର ମାତ୍ର ୩ କିଲୋମିଟର ଦୂରରେ ଡ୍ରାଇଭର ସନା ପ୍ରଧାନ ନିୟନ୍ତ୍ରଣ ହରାଇବାରୁ ବସଟି ରାସ୍ତା କଡ଼ରେ ବାଡ଼େଇ ହୋଇ ଅଟକି ଯାଇଥିଲା। କିନ୍ତୁ ସନା ଅଚେତ ଅବସ୍ଥାରେ ନିଜ ସିଟ୍‌ରେ ପଡ଼ି ରହିଥିଲେ। ବସ୍‌ର ହେଲପର ଆମ୍ବୁଲାନ୍ସ ଯୋଗେ ଡ୍ରାଇଭର ସନାଙ୍କୁ ଟିକାବାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ସନାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁଁ ସନାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି। ଏକ ବଡ଼ ଦୁର୍ଘଟଣାରୁ ୫୦ ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

Tags: #Kandhamal #DriverDies #HeartAttack #odisha  

LEAVE A REPLY

Please enter your comment!
Please enter your name here