ଓଡ଼ିଶାଲାଇଭ୍ ବ୍ୟୁରୋ

This image has an empty alt attribute; its file name is MAHAPRAYAN-CAR.jpg

(ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ମୃତଦେହ ନେଇ ମହାପ୍ରୟାଣ ଗାଡ଼ି ବାଟାଗୁଡ଼ରୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ବନ୍ଧଗଡ଼ ପଞ୍ଚାୟତର ତେଲିମୁଣ୍ଡା ଗାଁ ନିକଟରେ ନାଳ ଭିତରକୁ ଖସି ପଡ଼ିଥିଲା। ଏଥିରେ ଗାଡ଼ିର ଡ୍ରାଇଭର ଜିତେନ୍ଦ୍ର ମହାନ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି।

ଆହତ ଜିତେନ୍ଦ୍ରଙ୍କୁ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ନାଳରେ ମହାପ୍ରୟାଣ ଗାଡ଼ି ପଡ଼ିଯାଥିବା ଦେଖି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ।

Tags: #Phulbani #accident #Mahaprayan #odisha

Comment