ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ବଟିମୁଣ୍ଡା ଗ୍ରାମରେ ଭାରତୀୟ ସୀମା ସୁରକ୍ଷା ବାହିନୀ ପକ୍ଷରୁ ଏକ ଜନ ସମ୍ପର୍କ ଶିବିର ଆୟୋଜନ କରାଯାଇଛି। ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମରେ ବିଏସଏଫର ୯୯ ବାଟାଲିୟନ ପକ୍ଷରୁ ଗ୍ରାମବାସୀଙ୍କୁ ପୋଷାକ ପତ୍ର, ବାସନ ଏବଂ ଖେଳ ସାମଗ୍ରୀ ଆଦି ବଣ୍ଟା ଯାଇଥିଲା।

ନକ୍ସଲ ପ୍ରବଣ ଅଞ୍ଚଳରେ ଲୋକମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ନିକଟତର ହୋଇ ଏକ ନିର୍ଭୟର ବତାବରଣ ଦେବା ପାଇଁ ବିଏସଏଫ ପକ୍ଷରୁ ଏହି ଜନ ସମ୍ପର୍କ ଶିବିର ଆୟୋଜନ କରାଯାଇଛି।

ଏହି ଶିବିର ମାଧ୍ୟମରେ ସୁରକ୍ଷାବଳ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଶାନ୍ତିରେ ଜୀବନ ଅତିବାହିତ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି।

ବଟିମୁଣ୍ଡା ଗ୍ରାମରେ ହୋଇଥିବା କାର୍ଯ୍ୟକ୍ରମରେ ବିଏସଏଫର ଡେପୁଟି କମାଣ୍ଡାଣ୍ଟ ଶୁଖଦେବ ସିଂ ଗିଲ, ସହଯୋଗୀ କମାଣ୍ଡର ନବୀନ ରଣା, ଗ୍ରାମର ସରପଞ୍ଚ ନିରାକାର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Tags: #BSFCamp #Kandhamal #Phulbani #PublicRelationCamp #Odisha

LEAVE A REPLY

Please enter your comment!
Please enter your name here