ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବଡ଼ଦିନ ବା ଖ୍ରୀଷ୍ଟମାସ। ୨୪ ତାରିଖ ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ସବୁଠି ଆଲୋକମାଳାରେ ସଜେଇ ହୋଇଛି ଚର୍ଚ୍ଚ। କୋଭିଡର ଦୁଇ ବର୍ଷ ପରେ ଚଳିତ ବର୍ଷ ଧୁମଧାମରେ ହୋଇଛି ଉତ୍ସବର ଆୟୋଜନ।

ଖ୍ରୀଷ୍ଟମାସ ବା ବଡ଼ଦିନ ଖ୍ରୀଷ୍ଟିୟାନମାନଙ୍କ ପ୍ରମୁଖ ପର୍ବ। ପ୍ରତି ବର୍ଷ ଡିସେମ୍ବର ୨୫ରେ ଯୀଶୁଙ୍କ ଜନ୍ମଦିନ ଅବସରରେ ଏହି ପର୍ବକୁ ଧୁମଧାମରେ ପାଳନ କରାଯାଏ। ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ୍ ଜାକଜମକରେ ପାଳନ କରାଯାଉଥିଲା ବେଳେ ଆଜିକାଲି ପ୍ରାୟତଃ ସବୁ ସ୍ଥାନରେ ଏହି ପବିତ୍ର ଦିବସର ଆଦର ଦେଖାଯାଉଛି।

ଧାର୍ମିକ ଓ ପାରମ୍ପରିକ ପର୍ବ ଭାବେ ଏହି ଉତ୍ସବ ୧୨ ଦିନ ପର୍ଯ୍ୟନ୍ତ ପାଳିତ ହୋଇଥାଏ। ଏହି ଅବସରରେ ଲୋକେ ପରସ୍ପରକୁ ଉପହାର ଦେଇ ତାଙ୍କର ଶୁଭକାମନା କରିଥାନ୍ତି। ଏହି ଦିନର ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି ଖ୍ରୀଷ୍ଟମାସ ଟ୍ରି ଓ ସାଣ୍ଟା କ୍ଲସ।

ପ୍ରଥମେ ଲଣ୍ଡନରେ ଏହି ଖ୍ରୀଷ୍ଟମାସ ଟ୍ରି ପରମ୍ପରା ଆରମ୍ଭ ହୋଇଥିଲା। ପିଲାଙ୍କ ଆୟୁଷ ବଢ଼ିବା ନିମନ୍ତେ ଏହି ଗଛ ସଜାଯାଉଥିବା ବିଶ୍ଵାସ କରାଯାଉଛି।

Tags: #MerryChristmas #ChristmasDay #Celebration #Birthday #LordJesus

LEAVE A REPLY

Please enter your comment!
Please enter your name here