ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବଡ଼ଦିନ ବା ଖ୍ରୀଷ୍ଟମାସ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଯୀଶୁଙ୍କ ସ୍ୱାଗତ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଚର୍ଚ୍ଚ। ଲୋକେ ପରସ୍ପରକୁ ଉପହାର ଦେବା ସହିତ ପରସ୍ପରକୁ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି।

ଏହି ଅବସରରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା ଦେଇଛନ୍ତି। ‘‘ବଡ଼ଦିନରେ ସମସ୍ତଙ୍କ ଜୀବନ ଖୁସି, ଆନନ୍ଦ, ଶାନ୍ତିରେ ପରିପୂର୍ଣ୍ଣ ହେଉ’’ ଟୁଇଟରେ ଲେଖିଛନ୍ତି ନବୀନ।

ବଡ଼ଦିନ ପାଇଁ ରାଜ୍ୟର ସମସ୍ତ ଚର୍ଚ୍ଚଗୁଡ଼ିକ ସଜେଇ ହୋଇଛନ୍ତି। ଚର୍ଚ୍ଚରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Comment