ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ କୁନା ପାତ୍ର): ନବରଙ୍ଗପୁର ସହର ମୁଖ୍ୟ ରାସ୍ତା ନିକଟରେ ଥିବା ଜୁଇଲମ ଇଭାଞ୍ଜଳିକାଲ ଲୁଥରାନ(ଜେଇଏଲସି) ଚର୍ଚ୍ଚରେ କୋଭିଡ କଟକଣା ଭିତରେ ବଡ଼ଦିନ ପାଳିତ ହୋଇଛି। ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକେ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ଚର୍ଚ୍ଚରେ ପ୍ରଭୁ ଯାଶୁ ଖ୍ରୀଷ୍ଟଙ୍କୁ ପୂଜା ଅର୍ଚ୍ଚନା କରିଥିଲେ।

କରୋନା ପାଇଁ ଏଥର ଚର୍ଚ୍ଚରେ କୌଣସି ସାଂସ୍କୃତିକ କାର୍ଯ୍ୟର ଆୟୋଜନ ହୋଇନଥିଲେ ବି ଚର୍ଚ୍ଚକୁ ସୁନ୍ଦର ଆଲୋକମାଳା ଓ ଜରି ସଜା ଯାଇଥିଲା। ଏହି ସବୁ କାର୍ଯ୍ୟ ନବରଙ୍ଗପୁର ଜେଇଏଲସି ଚର୍ଚ୍ଚ ସଭାପତି ନିରୂପ ରାଜ ସୁକଦୁଲରୀ, ସମ୍ପାଦକ ସଞ୍ଜୟ କୁମାର ସୁନା, ଉପ ସଭାପତି ପ୍ରସନ୍ନ କୁମାର ଭତ୍ରା, କସାଧ୍ୟକ୍ଷ ତପନ କୁମାର ବାଘ, ପରିଚାଳକ ଯୁଜେଶ୍ୱର ନାୟକଙ୍କ ଦ୍ୱାରା କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଚର୍ଚ୍ଚ ଭିତରେ ବଡ଼ଦିନ ପାଳନ କରିବାପାଇଁ ଅନୁମତି ଦିଆଯାଇଥିଲା। କିନ୍ତୁ ଗର୍ଭବତୀ, ବୟସ୍କ ଏବଂ ୧୦ ବର୍ଷରୁ କମ ବୟସର ଶିଶୁଙ୍କୁ ଘରେ ରହିବା ବଡ଼ଦିନ ପାଳନ କରିବାକୁ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ପରାମର୍ଶ ଦେଇଥିଲେ।

Comment