ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ନବରଙ୍ଗପୁର ଅବକାରୀ ଅଧୀକ୍ଷକଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ। ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଏକକାଳୀନ ଚଉଢ଼ କରାଯାଇଥିଲା।

ଏହି ଚଢ଼ଉ ବେଳେ ତାଙ୍କର ଦୁଇଟି ୩ ମହଲା ବିଶିଷ୍ଟ କୋଠା ଥିବା ଜଣାପଡ଼ିଛି। କୋରାପୁଟ ଜିଲ୍ଲା ଜୟପୁରରେ ୨ଟି ବହୁତଳ କୋଠା ସହ ୩,୬୦୦ ବର୍ଗଫୁଟ ପାର୍କିଂ ଏରିଆ, ଜୟପୁରରେ ୫ଟି ପ୍ଲଟ ରହିଛି।

ଚଢ଼ଉ ସମୟରେ ୧.୯ ଲକ୍ଷ ନଗତ ଟଙ୍କା ଓ ୨ଟି ଚାରି ଚକିଆ ଗାଡ଼ିଯାନ ଠାବ କରାଯାଇଛି। ଏକ ରିୟଲ ଇଷ୍ଟେଟ କମ୍ପାନିକୁ ୧୬ ଲକ୍ଷ ଅଗ୍ରୀମ ଦେଇଥିବା ସୂଚନା ମିଳିଛି। ବ୍ୟାଙ୍କ, ବୀମା, ପୋଷ୍ଟାଲ ଆଦି ସଞ୍ଚୟର ଯାଞ୍ଚ ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Tags: #Nabarangpur #ExciseSuperintendent #VigilanceRaid #Odisha

LEAVE A REPLY

Please enter your comment!
Please enter your name here