ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ହୋଇଛି। ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାରେ ପରିବହନ ସେବା ଯୋଗାଇବ ୪୪ଟି ଲକ୍ଷ୍ମୀ ବସ।

ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଦୁର୍ଗମ ଅଞ୍ଚଳରେ ଗମନାଗମନ ଏକ ବଡ଼ ସମସ୍ୟା ପାଲଟିଛି। ଲୋକଙ୍କ ସୁବିଧା ପାଇଁ ଲକ୍ଷ୍ମୀ ଯୋଜନା। ଏହି ଯୋଜନା ଗ୍ରାମାଞ୍ଚଳ ପରିବହନରେ ରୂପାନ୍ତର ଆଣିବ। ଏହା ଯୋଗୁଁ ସାମାଜିକ ଏବଂ ଆର୍ଥନୀତିରେ ବିକାଶ ଆସିବ।”

ଏହି ଯୋଜନାର ଶୁଭାରମ୍ଭ ହେବା ଦ୍ୱାରା ଉପାନ୍ତ ଅଞ୍ଚଳରେ ଗମନାଗମନ ସୁବିଧାରେ ଉନ୍ନତି ଆସିବ। ମିଶନ ଶକ୍ତି ମହିଳା, ଭିନ୍ନକ୍ଷମ, ଗର୍ଭବତୀ ମହିଳା ସହଜରେ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ଯାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ପାଇଁ ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପରିବହନ ସଚିବ ଉଷା ପାଢ଼ୀଙ୍କ ସହ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

Tas: #LAccMIBus #LAccMiBusScheme #Nabarangpur #CMOdisha #Odisha

LEAVE A REPLY

Please enter your comment!
Please enter your name here