ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲାରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ଠିକାଦାରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ମଧ୍ୟପ୍ରଦେଶ ମହିୟର ଗାଁର ବ୍ରିଜେଶ ଦ୍ଵିବେଦୀ।

ନବରଙ୍ଗପୁର ବ୍ଲକ ଭତରାସିଉନି ପଞ୍ଚାୟତ ଦେଇଯାଇଥିବା ଭାରତମାଳା ପ୍ରକଳ୍ପର ରାୟପୁର-ବିଶାଖାପାଟଣା ନିର୍ମାଣାଧୀନ ଜାତୀୟ ରାଜପଥରେ ଠିକାଦାର ଭାବେ ନିୟୋଜିତ ଥିଲେ ବ୍ରିଜେଶ ଦ୍ଵିବେଦୀ। ରାସ୍ତା ପାର୍ଶ୍ଵରେ ଥିବା ଠିକା କ୍ୟାମ୍ପରେ ରହୁଥିଲେ।

ଶନିବାର ଦିନ ଭୋର ସମୟରେ ବ୍ରିଜେଶ ଶୌଚ ପାଇଁ ବାହାରକୁ ଯାଇଥିବା ସମୟରେ ଗୋଟିଏ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ବ୍ରିଜେଶଙ୍କ ଚିତ୍କାର ଶୁଣି କ୍ୟାମ୍ପରେ ଥିବା ଶ୍ରମିକ ଏବଂ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଘଉଡ଼ାଇ ଥିଲେ। କିନ୍ତୁ ଭାଲୁଟି ତାଙ୍କୁ ଛାଡ଼ିନଥିଲା।

ପରେ ନବରଙ୍ଗପୁର ପୋଲିସ ଏବଂ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ବ୍ରିଜେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Tags: #Nabarangpur #Death #BearAttack #BrijeshDiwedi

LEAVE A REPLY

Please enter your comment!
Please enter your name here