ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲରେ ସୋମବାର ଦିନ ପାଠପଢ଼ା ଚାଲିଥିବା ସମୟରେ ସ୍କୁଲ ଭିତରକୁ ପଶି ଆସିଥିଲେ ତିନୋଟି ଭାଲୁ। ଏମାନଙ୍କ ମଧ୍ୟରେ ମା’ ସହିତ ଦୁଇଟି ଛୁଆ ଭାଲୁ ଅଛନ୍ତି। ସ୍କୁଲ ପରିସରରେ ଭାଲୁମାନଙ୍କୁ ଦେଖି ଭୟଭୀତ ହୋଇପଡ଼ିଥିଲେ ଛାତ୍ରଛାତ୍ରୀ। ଖାଦ୍ୟ ଅନ୍ଵେଷଣରେ ଭାଲୁମାନେ ଗାଁ ମୁହାଁ ହୋଇଥିବା କୁହାଯାଉଛି।

ସ୍କୁଲ ପାଚେରି ଡେଇଁ ସୋମବାର ଦିନ ୩ଟି ଭାଲୁ ହାଇସ୍କୁଲ ପରିସରକୁ ପଶି ଆସିଥିଲେ। ପାଠପଢ଼ା ଚାଲିଥିବା ସମୟରେ ହଠାତ୍ ଭାଲୁମାନଙ୍କୁ ଦେଖି ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।

ଅନ୍ୟପଟେ ସକାଳେ ହାଇସ୍କୁଲ ପରିସରରେ ୫ଟି ଭାଲୁଙ୍କୁ ଦେଖିଥିବା କହିଛନ୍ତି ହାଇସ୍କୁଲର ରାତ୍ରି ଜଗୁଆଳି। ଦୁଇଟି ଭାଲୁ ପଳେଇଥିବା ଅନୁମାନ କରାଯାଉଛି। ତୁରନ୍ତ ଭାଲୁମାନଙ୍କୁ ସ୍କୁଲ ପରିସରରୁ ଜଙ୍ଗଳକୁ ସ୍ଥାନାନ୍ତର କରିବା ନିମନ୍ତେ ପ୍ରଧାନଶିକ୍ଷକ ବନ ବିଭଗ କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତି।

Tags: #Nabarangpur #Bear #SadashivHighSchool

Comment