ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ବୁଧବାର ଦିନ ଏକ ସ୍କୁଲ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ କ୍ରୀଡ଼ା ଶିକ୍ଷକଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ସ୍ଵାମୀ ବିବେକାନନ୍ଦ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ। ଏହି ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।

ଚନ୍ଦାହାଣ୍ଡିରେ ଆୟୋଜିତ କ୍ରୀଡ଼ା ଉତ୍ସବରେ ଯୋଗ ଦେବାକୁ ଉମରକୋଟର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ବୁଧବାର ଦିନ ଏକ ବସରେ ଯାଉଥିଲେ। ଚନ୍ଦାହାଣ୍ଡି ଘଟିରେ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ କ୍ରୀଡ଼ା ଶିକ୍ଷକଙ୍କର ମୃତ୍ୟୁ ହୋଇଥିଲା।

ଏହି ଦୁର୍ଘଟଣାରେ ଆହତ ହୋଇଥିବା ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥାନୀୟ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ ଚନ୍ଦାହାଣ୍ଡି ଏବଂ ଝରିଗାଁରୁ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Tags: #Nabarangpur #Chandahandi #SchoolBusAccident #Death #Teacher #Student

Comment