ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲା ଜୟପୁରରେ ଦେଖିବାକୁ ମିଳିଛି ଭାଲୁ ଆତଙ୍କ। ଗତ ତିନିରୁ ଚାରିଦିନ ହେଲା ୪ଟି ଭାଲୁ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଛନ୍ତି। ଭାଲୁମାନେ ଜନବସତି ଆଡ଼କୁ ଆସୁଥିବାରୁ ଭାଲୁ ଆକ୍ରମଣ ଭୟରେ  ଲୋକ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି।

ଜୟପୁର ବନାଞ୍ଚଳ ଅନ୍ତର୍ଗତ ଆମ୍ବାଗୁଡ଼ା ଓ କୁମୁଲିପୁଟ ଅଞ୍ଚଳରେ ଏହି ଭାଲୁଗୁଡ଼ିକ ବୁଲୁଥିବା ଦେଖିବାକୁ ମିଳିଛି। ବନ ବିଭାଗ କର୍ମଚାରୀ ସମ୍ପୃକ୍ତ  ଅଞ୍ଚଳରେ ପେଟ୍ରୋଲିଂ ଆରମ୍ଭ କରିଛନ୍ତି। ଭୟଭୀତ ନହୋଇ ସତର୍କ ରହିବା ପାଇଁ ସ୍ଥାନୀୟ ଲୋକଙ୍କୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସନ୍ଧ୍ୟା ହେବା ମାତ୍ରେ ଲୋକେ ଭାଲୁ ଭୟରେ ତାଟି କବାଟ ବନ୍ଦ କରି ଘରେ ରହୁଛନ୍ତି। ଏପରିକି ଜୟପୁର ବ୍ଲକର ସିନ୍ଧିଗା ହଡ଼ିଆ ଏବଂ ପୁଟ୍ରା ଗାଁ ଦେଇ ଯାତାୟତ କରୁଥିବା ଲୋକ ସନ୍ଧ୍ୟା ହେବା ମାତ୍ରେ ସେହି ବାଟ ଦେଇ ଯିବାକୁ ମଧ୍ୟ ଭୟ କରୁଛନ୍ତି।

Tags: #Koraput #Jeypure #Bear #Odisha

LEAVE A REPLY

Please enter your comment!
Please enter your name here