ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵବ୍ୟାପି ପାଳିତ ହେଉଛି ଖ୍ରୀଷ୍ଟମାସ ବା ବଡ଼ଦିନ।

ଖ୍ରୀଷ୍ଟମାସ ବା ବଡ଼ଦିନ ଖ୍ରୀଷ୍ଟିୟାନମାନଙ୍କ ପ୍ରମୁଖ ପର୍ବ। ପ୍ରତି ବର୍ଷ ଡିସେମ୍ବର ୨୫ରେ ଯୀଶୁଙ୍କ ଜନ୍ମ ଦିବସ ଅବସରରେ ଏହାକୁ ଧୁମଧାମରେ ପାଳନ କରାଯାଏ। ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ୍ ଜାକଜମକରେ ପାଳନ କରାଯାଏ। ଆଜିକାଲି ବିଶ୍ଵର ବିଭିନ୍ନ ସ୍ଥାନରେ ଏହି ପବିତ୍ର ଦିବସର ଆଦର ଦେଖାଯାଉଛି।

ବିଶ୍ଵବ୍ୟାପି ଏହି ଦିନକୁ ଧାର୍ମିକ ଓ ପାରମ୍ପରିକ ପର୍ବ ଭାବେ ପାଳନ କରାଯାଇଥାଏ। ତେବେ ଏହି ଦିନଟି ୧୨ ଦିନ ପର୍ଯ୍ୟନ୍ତ ପାଳନ ହୋଇଥାଏ। ଏହି ଅବସରରେ ଲୋକେ ପରସ୍ପରକୁ ଉପହାର ଦେଇ ତାଙ୍କର ଶୁଭକାମନା କରିଥାନ୍ତି।

ଏହି ଦିନର ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି ଖ୍ରୀଷ୍ଟମାସ ଟ୍ରି ଓ ସାଣ୍ଟା କ୍ଲସ। ପ୍ରଥମେ ଲଣ୍ଡନରେ ଏହି ଖ୍ରୀଷ୍ଟମାସ ଟ୍ରି ପରମ୍ପରା ଆରମ୍ଭ ହୋଇଥିଲା। ପିଲାଙ୍କ ଆୟୁଷ ବଢ଼ିବା ନିମନ୍ତେ ଏହି ଗଛ ସଜାଯାଉଥିବା ବିଶ୍ଵାସ କରାଯାଉଛି।

Comment