ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାଦେଶରେ ବଡ଼ ଧୁମଧାମରେ ଖ୍ରୀଷ୍ଟମାସ ପାଳିତ ହୋଇଛି। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବରେ ଏହି ଉତ୍ସବ ପାଳିତ ହୋଇଛି, ହେଲେ ଦେଶ ସୁରକ୍ଷାରେ ଥିବା ବୀର ଯବାନମାନେ କେମିତି ଖ୍ରୀଷ୍ଟମାସ ପାଳନ କଲେ ତାହା ଆପଣ ଜାଣିଛନ୍ତି କି?

ବୁଧବାରଠୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏଲଓସିରେ ଯବାନମାନେ ବରଫ ପାହାଡ଼ ଉପରେ ଜିଙ୍ଗଲ ବେଲ୍‌ ଗାଉଥିବା ଦେଖିବାକୁ ମିଳିଛି।

ଚାରିଆଡ଼େ ବରଫ ବର୍ଷା ହେଉଥିଲା ବେଳେ ଜଣେ ଯବାନ ସାନ୍ତା କ୍ଲସ ହୋଇଥିବା ଦେଖିବାକୁ ମିଳିଛି। ଅନ୍ୟ ଯବାନମାନେ ଜିଙ୍ଗଲ ବେଲ୍‌ ଗାଇ ଖ୍ରୀଷ୍ଟମାସ ପାଳନ କରିଛନ୍ତି।

ଏଲଓସିରେ ବର୍ତ୍ତମାନ ପାରଦ ସବୁଠୁ କମ୍‌ ରହିଛି। ବରଫ ପାହାଡ଼ରେ ଯବାନମାନେ  ରହି ଶତ୍ରୁ କବଳରୁ ଦେଶକୁ ରକ୍ଷା କରିବା ପାଇଁ ଦିନରାତି ସଜାଗ ରହିଛନ୍ତି। ଏମିତି ସ୍ଥିତିରେ ଖ୍ରୀଷ୍ଟମାସ ପାଳନ କରିବାକୁ ଭୁଲି ନାହାନ୍ତି ଯବାନ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ଓଡ଼ିଶାଲାଇଭ୍ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment