ଓଡ଼ିଶାଲାଇଭ୍ ବ୍ୟୁରୋ
ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଉରି ଓ ପୁଲଓ୍ଵାମା ଆକ୍ରମଣର ଯେପରି ପ୍ରତିଶୋଧ ନେଇଥିଲା, ତା’ଠାରୁ ବଡ଼ ଆକାରରେ ଏଥର ପ୍ରତିଶୋଧ ନେଇଛନ୍ତି ଭାରତୀୟ ସେନା। ରାତି ଅଧରେ ପାକିସ୍ତାନ ଭିତରେ ପଶି ୯ଟି ଆତଙ୍କବାଦୀ ଠିକଣାକୁ ମାଟିରେ ମିଶାଇ ଦିଆଯାଇଛି।
ଉଭୟ ପିଓକେ ଓ ପାକିସ୍ତାନ ଭିତରେ ମିଶାଇଲ୍ ମାଡ଼ କରାଯାଇଛି। ରାତିର ଅନ୍ଧାର ଭିତରେ ରାଫେଲର ଗର୍ଜନ, ପାକିସ୍ତାନର ଛାତି ଥରାଇ ଦେଇଛି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରରେ କୁହାଯାଇଛି ପାଖାପାଖି ୧୦୦ ଜଣ ଆତଙ୍କୀଙ୍କ ଜୀବନ ଯାଇଛି। ଅନେକ ଆହତ ହୋଇଛନ୍ତି। ଅପରେସନ୍ ସିନ୍ଦୂର ନାଁରେ ପହଲଗାମ ଆକ୍ରମଣର ପ୍ରତିଶୋଧ ନିଆଯାଇଥିବା ଘୋଷଣା କରିଛି ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ। ୩ ସେନା ମିଳିତ ଭାବେ ଏହି ଅପରେସନରେ ସାମିଲ ହୋଇଥିଲେ।
ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ଲସ୍କର-ଇ-ତାଇବା ସମେତ ଜୈସି ଇ ମହମ୍ମଦ, ହିଜବୁଲ ମୁଜାହିଦିନ କ୍ୟାମ୍ପକୁ ଟାର୍ଗେଟ କରାଯାଇଛି। ଏହା ସମ୍ପୂର୍ଣ୍ଣ ସଫଳ ହୋଇଥିବା ସେନା ପକ୍ଷରୁ କୁହାଯାଇଛି।
Tags: #pahalgam #warzone #jammukashmir #kashmir #airstrike #OprationSindoor