ଓଡ଼ିଶାଲାଇଭ୍ ବ୍ୟୁରୋ
‘ଅପରେସନ୍ ସିନ୍ଦୂର’ରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା ଭାରତ। ଏହା ମଧ୍ୟରେ ଥିଲା ‘ସ୍କାଲ୍ପ ମିଶାଇଲ୍’ ଓ ‘ହାମର ବୋମା’। ସ୍କାଲ୍ପ ହେଉଛି ଆକାଶରୁ ସ୍ଥଳ ଭାଗକୁ ନିକ୍ଷେପ କରାଯାଉଥିବା କ୍ରୁଜ କ୍ଷେପଣାସ୍ତ୍ର। ଏହାକୁ ଷ୍ଟର୍ମ ସାଡୋ ମଧ୍ୟ କୁହାଯାଏ।
ଶତ୍ରୁ ପକ୍ଷର ବଙ୍କର ଏବଂ ଗୁରୁତ୍ୱପୂର୍ଣ୍ଣ କୋଠାଗୁଡ଼ିକୁ ଧ୍ୱଂସ କରିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି। ଏହାର ଲକ୍ଷ୍ୟଭେଦୀ କ୍ଷମତା ୨୫୦ରୁ ୫୬୦ କିଲୋମିଟର। ସେହିପରି ପ୍ରେସିସନ୍ ଗାଇଡେଡ୍ ବମ୍ ହେଉଛି ‘ହାମର’। ଏହାର ୨୦ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ମଧ୍ୟରେ ପିନ୍ ପଏଣ୍ଟ ଟାର୍ଗେଟରେ ଆକ୍ରମଣ କରିବାର କ୍ଷମତା ରହିଛି।
ଏହି ଦୁଇ କ୍ଷେପଣାସ୍ତ୍ରକୁ ରାଫେଲରୁ ଛାଡ଼ିଥିଲା ଭାରତ। ଏହାଛଡ଼ା ଅପରେସନ ସିନ୍ଦୂରରେ ବ୍ୟବହାର ହୋଇଥିଲା ‘ଲଏଟରି ମ୍ୟୁନିସନ୍’ ବା ‘କାମିକାଜେ ଡ୍ରୋନ’। ଏହି ସ୍ଵୟଂଚାଳିତ ଡ୍ରୋନ ଉଡୁଥିବାବେଳେ ଶତ୍ରୁ ପକ୍ଷର ଯୁଦ୍ଧାସ୍ତ୍ର ନିରୀକ୍ଷଣ କରିବା ସହ ଟାର୍ଗେଟ୍ ସ୍ଥିର କରି ଧ୍ଵଂସ କରିଥାଏ।
#OperationSindoor #Pahalgam #JammuKashmir #WarAlert #IndiaStrikesback