ଓଡ଼ିଶାଲାଇଭ୍ ବ୍ୟୁରୋ

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ଆତଙ୍କବାଦୀଙ୍କ ଆଡ୍ଡା ଉଡ଼ାଇ ଦେଇଛି ‘ଅପରେସନ୍ ସିନ୍ଦୂର’। ୯ଟି ଆତଙ୍କବାଦୀଙ୍କ ଆଡ୍ଡା ଉପରେ ମିଶାଇଲ ମାଡ଼ କରି ମାଟିରେ ମିଶାଇ ଦେଇଛନ୍ତି ଭାରତୀୟ ସେନା।

ଭାରତର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଏପଟେ ସୋସିଆଲ ମିଡିଆରେ ପାକିସ୍ତାନ ମିଛ ଖବର ପ୍ରଚାର କରିବା ଆରମ୍ଭ କରିଦେଇଛି। ପାକିସ୍ତାନର ସୂଚନା ମନ୍ତ୍ରୀ ଦାବି କରିଛନ୍ତି, କ୍ଷେପଣାସ୍ତ୍ର ଆକ୍ରମଣର ଜବାବରେ ପାକିସ୍ତାନ ଦୁଇଟି ଭାରତୀୟ ଯୁଦ୍ଧ ବିମାନକୁ ଖସାଇ ଦେଇଛି।

ସେହିପରି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ଵାଜା ଆସିଫ କହିଛନ୍ତି, ଅତି କମରେ ପାଞ୍ଚଟି ଭାରତୀୟ ବିମାନକୁ ଖସାଇ ଦେଇଛୁ। ଏହାକୁ ଭିତ୍ତିହୀନ କହି ଖଣ୍ଡନ କରିଛି ଭାରତ। 

ଅନ୍ୟପଟେ ଏହାକୁ ‘ଆକ୍ଟ ଅଫ୍ ଓ୍ଵାର’ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ଭାରତକୁ ଧମକ ଦେଇ କହିଛନ୍ତି, “ଖୁବଶୀଘ୍ର ଭାରତକୁ ପୂର୍ଣ୍ଣ ଶକ୍ତିରେ ଏହାର ଜବାବ ଦିଆଯିବ”।

Tags: #Pahalgam #OperationSindoor #Warzone #Airstrike #Surgicalstrikes #Pakistan

LEAVE A REPLY

Please enter your comment!
Please enter your name here