ଓଡ଼ିଶାଲାଇଭ୍ ବ୍ୟୁରୋ
ନିରୀହ ମହିଳାଙ୍କ ମଥାରୁ ସିନ୍ଦୂର ପୋଛି ରାତିରେ ଅଚିନ୍ତାରେ ଶୋଇଥିବା ଷଡ଼ଯନ୍ତ୍ରକାରୀଙ୍କ ଉପରେ ମିଜାଇଲ୍ ମାଡ଼। ‘ଅପରେସନ ସିନ୍ଦୂର’ ଜରିଆରେ କଡ଼ା ଜବାବ ଦେଇଛନ୍ତି ଭାରତୀୟ ସେନା। ଯାହା ପରେ ସାମ୍ନାକୁ ଆସିଛି ପହଲଗାମ ଆକ୍ରମଣରେ ସ୍ୱାମୀଙ୍କୁ ହରାଇଥିବା ମହିଳାଙ୍କ ପ୍ରତିକ୍ରିୟା।
ନିଜ ଆଖି ଆଗରେ ଆତଙ୍କୀଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିବା ବାଲେଶ୍ଵରର ପ୍ରଶାନ୍ତ ଶତପଥୀଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ କହିଛନ୍ତି ଯେ, “ମୋ ସିନ୍ଦୂରର ପ୍ରତିଶୋଧ ନେଇଛନ୍ତି ମୋଦୀ ସରକାର। ସରକାର ଯାହା କହିଥିଲେ, ତାହା କରିଛନ୍ତି। ଏଥିପାଇଁ ମୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି”।
ସେହିପରି ଶୁଭମ ଦ୍ୱିବେଦୀଙ୍କ ପତ୍ନୀ ଐଶନ୍ୟା, ‘ଅପରେସନ୍ ସିନ୍ଦୂର’ ନାଁ ଶୁଣି କାନ୍ଦି ପକାଇଛନ୍ତି, ଆଉ କହିଛନ୍ତି, “ମୋ ସ୍ୱାମୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ପାକିସ୍ତାନକୁ ଯେଉଁଭଳି ଜବାବ ଦିଆଯାଇଛି, ତାହା ଆମର ବିଶ୍ୱାସକୁ ଅକ୍ଷୁର୍ଣ୍ଣ ରଖିଛି। ଏହା ମୋ ସ୍ୱାମୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି”।
Tags: #OperationSindoor #pahalgam #warzone #Kashmir #airstrike #pakistan