ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସୁଛି ଖ୍ରୀଷ୍ଟମାସ। ଏହି ପର୍ବକୁ ଧୁମଧାମରେ ପାଳନ କରିବାକୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜେଇ ହୋଇଥିଲା ବେଳେ ବିଭିନ୍ନ ସପିଂ ମଲ୍‌ରେ ସାନ୍ତା କ୍ଲଜ୍‌ ପୋଷାକ ପାଇଁ ଲୋକଙ୍କ ଭିଡ଼ ଲାଗିଗଲାଣି। ଆପଣ ଲକ୍ଷ୍ୟ କରିଥିବେ ଖ୍ରୀଷ୍ଟମାସରେ ଅଧିକାଂଶ ଲୋକ ଲାଲ ରଙ୍ଗର ପୋଷାକ ପିନ୍ଧିଥାନ୍ତି। ଏହା ପଛରେ ଏକ କାହାଣୀ ମଧ୍ୟ ରହିଛି।

ତେବେ କାହିଁକି ଏହି ଦିନରେ ଲାଲରଙ୍ଗର ପୋଷାକ ପିନ୍ଧାଯାଏ ତାକୁ ନେଇ ମନରେ ପ୍ରଶ୍ନ ଆସିଥାଏ।

ଜାଣନ୍ତୁ କାହିଁକି ପିନ୍ଧାଯାଏ ଲାଲରଙ୍ଗର ପୋଷାକ

ଖ୍ରୀଷ୍ଟମାସରେ ଲାଲରଙ୍ଗର ପୋଷାକକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଏହି ରଙ୍ଗ ଯୀଶୁଙ୍କ ରକ୍ତର ପ୍ରତୀକ ବୋଲି ବିଶ୍ଵାସ କରାଯାଏ। ଯାହା ଯୀଶୁଙ୍କ ଅନ୍ୟମାନଙ୍କ ପ୍ରତି ଥବା ସ୍ନେହକୁ ଦର୍ଶାଇଥାଏ। ଏହି ଲାଲ ରଙ୍ଗ ଜରିଆରେ ଯୀଶୁ ସମସ୍ତଙ୍କୁ ମାନବତାର ପାଠ ପଢ଼ାଇବାକୁ ଚାହୁଁଥିଲେ ବୋଲି ବିଶ୍ୱାସ ରହିଛି। ଲାଲ ରଙ୍ଗ ଖୁସିର ରଙ୍ଗ ବୋଲି ଯୀଶୁ କହୁଥିଲେ ବୋଲି ମାନ୍ୟତା ରହିଛି।

ଏହାବ୍ୟତୀତ ଆଉ ଏକ କାରଣ ମଧ୍ୟ ରହିଛି। ହୋଲି ବେରୀଜ ଏକ ପ୍ରକାର ଗଛ। ଯେଉଁଥରେ ଲାଲ ରଙ୍ଗର ଫୁଲ ଫୁଟିଥାଏ। ଏହି ଫୁଲ ପ୍ରତ୍ୟେକ ଖ୍ରୀଷ୍ଟିୟାନଙ୍କ ପ୍ରିୟ। ସେଥିପାଇଁ ଏହି ପବିତ୍ର ଅବସରରେ ସମସ୍ତେ ଲାଲ ରଙ୍ଗର ପୋଷାକ ଓ ଟୋପି ପିନ୍ଧିଥାନ୍ତି।

ଏହି ପବିତ୍ର ଦିନଟିରେ ଭଗବାନ ଯୀଶୁ ଧରାବତରଣ କରିଥଲେ। ଏହା ଖ୍ରୀଷ୍ଟିୟାନମାନଙ୍କ ପର୍ବ ହୋଇଥିଲେ ମଧ୍ୟ ଏହି ପର୍ବକୁ ଏବେ ସବୁଧର୍ମର ଲୋକେ ପାଳନ କରୁଛନ୍ତି। ଦିନଟିକୁ ସ୍ୱତନ୍ତ୍ର ଭାବେ ପାଳନ କରିବା ପାଇଁ ଲୋକେ ପରସ୍ପରକୁ ଉପହାର ବି ଦେଇଥାନ୍ତି।

Comment