ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାର ଦିନ ନୂଆବର୍ଷ। ଚୀନ, ଜାପାନ, ଆମେରିକା ଭଳି ପ୍ରାୟ ୧୫ଟି ଦେଶରେ କୋଭିଡ ସ୍ଥିତି ଚିନ୍ତାଜନକ ହୋଇଥିବାରୁ କୋଭିଡ ମୁକାବିଲା ଲାଗି ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ନୂଆବର୍ଷରେ ବିଭିନ୍ନ ସ୍ଥାନରେ ଉତ୍ସବ ପାଇଁ ଭିଡ଼ ଜମିବ। କୋଭିଡ ମୁକାବିଲା ଲାଗି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସି ବି କେ ମହାନ୍ତି।

କୋଭିଡ ମୁକାବିଲ ଏବଂ ସଚେତନତା ପାଇଁ ବାର୍ତ୍ତା ଦେବା ଅବସରରେ ଡାକ୍ତର ମହାନ୍ତି କହିଛନ୍ତି ଯେ, ୨୦୧୯ ମସିହା ଡିସେମ୍ବର ମାସରେ ଚୀନରେ ପ୍ରଥମେ କୋଭିଡ ୧୯ ଚିହ୍ନଟ ହୋଇଥିଲା। ଏହା ପରେ ୨୦୨୦ ଜାନୁଆରି ମାସ ବେଳକୁ ଭାରତରେ ଏବଂ ପରେ ଓଡ଼ିଶାରେ କୋଭିଡ ସଂକ୍ରମଣ ସାମ୍ନାକୁ ଆସିଥିଲା। ୨୦୨୧ ମସିହାରେ ଆସିଥିଲା କୋଭିଡର ଦ୍ଵିତୀୟ ଲହର ‘ଡେଲ୍ଟା’। ଡେଲ୍ଟାରେ ଭାରିଏଣ୍ଟ ସମୟରେ ସଂକ୍ରମଣ ବଢ଼ିବା ସହ ଡାକ୍ତରଖାନାରେ ଭର୍ତ୍ତି ଏବଂ ମୃତ୍ୟୁ ସଂଖ୍ୟା ବଢ଼ିଥିଲା। କିନ୍ତୁ ୨୦୨୨ରେ ଓମିକ୍ରନ ଯୋଗୁଁ ସଂକ୍ରମଣ ହାର ବଢ଼ିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବହୁତ କମ୍ ରହିଥିଲା ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ, ବର୍ତ୍ତମାନ ଚୀନରେ ଦେଖା ଦେଇଥିବା କୋଭିଡ ୧୯ର ନୂଆ ଭାରିଏଣ୍ଟ ବିଏଫ .୭ ଭାଇରସକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବିଏଫ .୭ ଓମିକ୍ରନର ଏକ ଉପପ୍ରଜାତି ବୋଲି ସେ କହିଛନ୍ତି। ଡାକ୍ତର ସି ବି କେ ମହାନ୍ତି କହିଛନ୍ତି ଯେ, ବିଏଫ .୭ ଭାରିଏଣ୍ଟ ବିଶ୍ଵର ପ୍ରାୟ ୯୧ଟି ଦେଶକୁ ବ୍ୟାପୀଥିବା କାର୍ଲିଫର୍ଣ୍ଣିଆର କ୍ରିଫ ରିସର୍ଚ୍ଚ ସେଣ୍ଟର ପକ୍ଷରୁ କହାଯାଇଛି। ନୂଆ ଭାରିଏଣ୍ଟକୁ ନେଇ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବାକୁ ଡାକ୍ତର ସି ବିକେ ମହାନ୍ତି ପରାମର୍ଶ ଦେଇଛନ୍ତି।

Tags: #Covid19 #CoronaVirus #CovidAwareness #CovidMassage #NewYear #Mask

LEAVE A REPLY

Please enter your comment!
Please enter your name here