ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ପ୍ରଶଂସକ ମହଲରେ ଶୋକର ଛାୟା ଖେଳିଯାଇଛି। ତେବେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସୁନ୍ଦର ବାଲୁକାକଳା ମାଧ୍ୟମରେ ବାଲାସୁବ୍ରମଣ୍ୟମଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ପୁରୀ ବେଳାଭୂମିରେ ସୁଦର୍ଶନ ବାଲାସୁବ୍ରମଣ୍ୟମଙ୍କ ଏକ ଆକର୍ଷଣୀୟ ବାଲୁକାକଳା ନିର୍ମାଣ କରିଛନ୍ତି। ବାଲାସୁବ୍ରମଣ୍ୟମ ନିଜ ପ୍ରଶଂସକଙ୍କ ହୃଦୟରେ ସବୁଦିନ ପାଇଁ ରହିବେ ବୋଲି ସୁଦର୍ଶନ ବାର୍ତ୍ତା ଦେଇଛନ୍ତି।ଅଶୀ ଓ ନବେ ଦଶକରେ ବାଲାସୁବ୍ରମଣ୍ୟମ ଅନେକ ଲୋକପ୍ରିୟ ଗୀତରେ କଣ୍ଠଦାନ କରିଥିଲେ। ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ଵ ଗୀତ ଗାଇଥିଲେ ସୁବ୍ରମଣ୍ୟମ। ତେବେ ଗତ ଶୁକ୍ରବାର ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା।

Comment