ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ଦୁଇ ଦିନରୁ ହସ୍ପିଟାଲରେ ଭର୍ତ୍ତି ଥିବା ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି। ପୂର୍ବ ଅପେକ୍ଷା ଲତା ଭଲ ଅଛନ୍ତି ଓ ଖୁବଶୀଘ୍ର ସେ ଘରକୁ ଫେରିବେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

ସୋମବାର ଲତାଙ୍କ ନିଶ୍ୱାସ ନେବାରେ ଅସୁବିଧା ହେତୁ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଶ୍ୱାସକ୍ରିୟା ଜନିତ ସମସ୍ୟା ପାଇଁ ତାଙ୍କୁ ଏବେବି ଭେଣ୍ଟିଲେଟରରେ ରଖାଯାଇଥିଲା। ଡାକ୍ତରଙ୍କ କହିବା ଅନୁସାରେ ଲତା ଫୁସ୍‌ଫୁସ ସଂକ୍ରମଣ ସହିତ ନିମୋନିଆରେ ପୀଡ଼ିତ ଅଛନ୍ତି।

Comment