ଓଡ଼ିଶାଲାଇଭ୍ ବ୍ୟୁରୋ

ରେଳ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ଫେମସ୍‌ ହୋଇଥିବା ରାନୁ ମଣ୍ଡଳ ଏବେ ଲଗାତର ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ମେକଅପ୍‌ କରି ଟ୍ରୋଲ ହୋଇଥିଲା ବେଳେ ଏବେ ଆଉ ଏକ ଘଟଣା ପାଇଁ ରାନୁଙ୍କୁ ଟ୍ରୋଲ ହେବାକୁ ପଡ଼ିଛି।

ରାନୁ ହିମେଶଙ୍କ ତେରୀ ମେରୀ ଗୀତ ଗାଇ ଫେମସ ହୋଇଥିଲେ ଏବେ ସେହି ଗୀତକୁ ଭୁଲି ଯାଇଛନ୍ତି, ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାଫଳରେ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି।

ନିକଟରେ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ ରାନୁ। ସେଠାରେ ତାଙ୍କୁ ହିମେଶଙ୍କ ସେହି ଗୀତ ଗାଇବାକୁ କୁହାଯାଇଥିଲା, ହେଲେ ରାନୁ ଗାଇ ପାରିନଥିଲେ। ସେ ଗୀତ ଭୁଲି ଯାଇଥିବା ନିଜେ ସ୍ୱୀକାର କରିଥିଲେ।

Comment