ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲୋକପ୍ରିୟ ସିରିଏଲ ଶ୍ରୀକୃଷ୍ଣରେ ସୁଭଦ୍ରାଙ୍କ ଭୂମିକାରେ ଅଭିନୟ କରି ଫେମସ୍‌ ହୋଇଥିଲେ ବଲିଉଡର ଜଣାଶୁଣା ସିଙ୍ଗର ହିମେଶ ରେଶମିଆଁଙ୍କ ପତ୍ନୀ ସୋନିଆ କପୁର।

ଆଜିକାଲି ସିରିଏଲ ଶ୍ରୀକୃଷ୍ଣର ସମସ୍ତ ଷ୍ଟାର ଚର୍ଚ୍ଚାରେ ଅଛନ୍ତି। ଏହି ସିରିଏଲରେ ଏମିତି କିଛି ଷ୍ଟାର ଥିଲେ ଯେଉଁମାନେ ସୋ’ର ଆରମ୍ଭରୁ ଶେଷ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇଥିଲେ।

ଅଳ୍ପ କିଛି କଳାକାର ସୋ’ରେ କମ୍‌ ସମୟ ପାଇଁ ଦେଖାଯାଇଥିଲେ ବି ଲୋକପ୍ରିୟତା ହାସଲ କରିଛନ୍ତି। ସେହିପରି ଜଣେ କଳାକାର ହେଲେ ସିରିଏଲ ଶ୍ରୀକୃଷ୍ଣର ସୁଭଦ୍ରା। ବହୁତ କମ୍‌ ଲୋକ ଏହା ଜାଣିଥିବେ ଯେ ଶ୍ରୀକୃଷ୍ଣଙ୍କ ଭଉଣୀ ସୁଭଦ୍ରା ଭୂମିକାରେ ନଜର ଆସିଥିଲେ ବଲିଉଡର ଜଣାଶୁଣା ସିଙ୍ଗର୍‌ ହିମେଶ ରେଶମିଆଁଙ୍କ ପତ୍ନୀ ସୋନିଆ କପୁର।

ସେ ସୋ’ରେ କିଛି ଏପିସୋଡରେ ଅଭିନୟ କରିଥିଲେ ସୋନିଆ।  କିନ୍ତୁ ତାଙ୍କର ଅଭିନୟକୁ ପ୍ରଶଂସା କରିଥିଲେ ଦର୍ଶକ।

ସୋନିଆ କେବଳ ‘ଶ୍ରୀକୃଷ୍ଣ’ ନୁହେଁ ଆହୁରି ଅନେକ ଫିଲ୍ମରେ କାମ କରିଥିଲେ। ସୋନିଆ ‘କଭି କଭି’, ‘କୁସୁମ୍’, ‘କଭି ହାଁ କଭି ନା’ ଭଳି କେତେକ ଫିଲ୍ମରେ କାମ କରିଥିଲେ। ସୋନିଆ ୨୦୧୮ ରେ ହିମେଶଙ୍କୁ ବିବାହ କରିଥିଲେ।

Comment