ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ୍ ମିଡିଆରେ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ହାତରେ ଆଉ ଏକ ନୂଆ ପ୍ରୋଜେକ୍ଟ ଲାଗିଛି। ସେ ଆଗାମୀ ଦିନରେ ବଲିଉଡ ଅଭିନେତ୍ରୀ ଦୀପିକା ଚିଖାଲିଆଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ସରୋଜିନୀ’ରେ ଗୀତ ଗାଇବେ। ଏନେଇ ଅଭିନେତ୍ରୀ ଦୀପିକା ଚିଖାଲିଆ ଟୁଇଟ କରି ସୂଚନା ଦେଇଛନ୍ତି।

ଏହି ପ୍ରୋଜେକ୍ଟ ହାତରେ ଲାଗିବ ପରେ ରାନୁ ମଣ୍ଡଳଙ୍କ ଭାଗ୍ୟ ପୁଣିଥରେ ଚମକିବ ବୋଲି କୁହାଯାଉଛି। କାରଣ କରୋନା କାଳରେ ରାନୁଙ୍କୁ କୌଣସି କାମ ମିଳୁନଥିବାର ତାଙ୍କ ଅବସ୍ଥା ପୂର୍ବ ପରି ହୋଇଯାଇଛି। ସେ ଏବେ ଆର୍ଥିକ ଅଭାବ ଦେଇ ଗତି କରୁଛନ୍ତି।

ଫିଲ୍ମ ‘ସରୋଜିନୀ’ ସ୍ୱାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କ ଜୀବନୀକୁ ନେଇ ନିର୍ମିତ ହେଉଛି। ଆକାଶ ନାୟକ ଏବଂ ଧୀରଜ ମିଶ୍ର ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ । ଫିଲ୍ମର କାହାଣୀ ଧୀରଜ ମିଶ୍ର ଓ ଯଶୋମତୀ ଦେବୀ ଲେଖିଛନ୍ତି।

Comment