ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମବଙ୍ଗ ରାଣାଘାଟ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାନୁ ମଣ୍ଡଳ ରାତାରାତି ଷ୍ଟାର ହୋଇଥିଲେ। ଏହାପରେ ରାନୁଙ୍କ ଜୀବନ ଚମକି ଉଠିଥିଲା। ସବୁଠି ତାଙ୍କରି ଚର୍ଚ୍ଚା ଚାଲିଥିଲା। ତାଙ୍କ ଲୋକପ୍ରିୟତା ଆକାଶଛୁଆଁ ହୋଇଥିଲା। ହେଲେ ଏବେ ପୁଣିଥରେ ରାନୁ ମଣ୍ଡଳଙ୍କ ଜୀବନ ଅନ୍ଧାରକୁ ଠେଲି ହୋଇଯାଇଛି। କରୋନା ଯୋଗୁଁ ତାଙ୍କୁ କିଛି କାମ ମିଳୁନାହିଁ। ଫଳରେ ରାନୁଙ୍କ ଜୀବନ ପୂବର୍ରୁ ଯେମିତି ଥିଲା ଏବେ ସେମିତି ହୋଇ ଯାଇଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଏବେ ରାନୁଙ୍କ ଗୀତ ଶୁଣିବାକୁ ମିଳୁନାହିଁ କି ତାଙ୍କୁ କେଉଁଠି ଦେଖିବାକୁ ମିଳୁନାହିଁ। ୨୦୧୯ ନଭେମ୍ବରରେ ରାନୁ ମଣ୍ଡଳ ବଲିଉଡର ପ୍ରସିଦ୍ଧ ସିଙ୍ଗର୍‌ ହିମେଶ ରେଶମିଆଙ୍କ ସହିତ ତିନୋଟି ଗୀତ ରେକର୍ଡ କରିଥିଲେ। ଏହି ଗୀତ ମଧ୍ୟରୁ ‘ତେରୀ ମେରୀ କାହାନୀ’ ଗୀତଟି ବେଶ ଲୋକପ୍ରିୟ ହୋଇଥିଲା। ସମସ୍ତେ ଏହି ଗୀତକୁ ଗୁଣୁ ଗୁଣାଉ ଥିଲେ। ଏବେ କିନ୍ତୁ ରାନୁଙ୍କୁ କାମ ମିଳୁନାହିଁ। କରୋନା ଯୋଗୁଁ ତାଙ୍କ ଅବସ୍ଥା ଖରାପ ହୋଇଯାଇଛି।

ସୂଚନା ଅନୁସାରେ ଲୋକପ୍ରିୟ ହେବା ପରେ ରାନୁ ନିଜର ପୁରୁଣା ଘର ଛାଡି ଏକ ନୂଆ ଘରକୁ ସ୍ଥାନାନ୍ତରିତ ହୋଇଥିଲେ। କିନ୍ତୁ ଏବେ ରାନୁ ମଣ୍ଡଳ ଏହି ନୂଆ ଘର ଛାଡି ପୁଣି ତାଙ୍କ ପୁରୁଣା ଘରକୁ ଫେରି ଯାଇଛନ୍ତି। ଆର୍ଥିକ ଅଭାଗ ଯୋଗୁଁ ତାଙ୍କ ଅବସ୍ଥା ବିଗିଡି ଯାଇଛି।

Comment