ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ରାତାରାତି ସୋସିଆଲ୍ ମିଡିଆରେ ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ଏହି ଷ୍ଟାର ଏବେ ମାଲାୟାଲାମ୍ ଗୀତ ଗାଇ ପୁଣି ଲୋକଲୋଚନକୁ ଆସିଛନ୍ତି।

ବର୍ତ୍ତମାନ ସୋସିଆଲ୍ ମିଡିଆରେ ରାନୁମଣ୍ଡଳଙ୍କ ଆଉ ଗୋଟିଏ ଗୀତ ଖୁବ୍ ଭାଇରାଲ୍ ହେଉଛି। ଯେଉଁଥିରେ ସେ ଗୋଟିଏ ରିଆଲିଟି ସୋ’ରେ ମାଲାୟାଲାମ୍ ଗୀତ ଗାଉଥିବା ଦେଖିବାକୁ ମିଳୁଛି।

ପ୍ରଥମେ ରାନୁ ମଣ୍ଡଳ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଗାଉଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। ଏଥିପାଇଁ ସେ ରାତାରାତି ସୋସିଆଲ୍ ମିଡିଆରେ ଷ୍ଟାର ପାଲଟିଯାଇଥିଲେ। ଏହାପରେ ସେ ହିମେଶ ରେଶମିଆଙ୍କ ସହ ବଲିଉଡ୍ ଫିଲ୍ମରେ କାମ କରିଥିଲେ। ‘ହାପି ହାର୍ଡି ଆଣ୍ଡ ହିର’ରେ ସେ ‘ତେରି ମେରି’ ଗୀତ ଗାଇ  ଆହୁରି ଲୋକପ୍ରିୟ ହୋଇଯାଇଥିଲେ।

Comment