ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର କଟକଣା ମଧ୍ୟରେ ଗଣେଶ ପୂଜା ପାଇଁ ଆଜି ସାରା ଦେଶ ଉତ୍ସବମୁଖର। ଏହା ମଧ୍ୟରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ନିଆାର ପ୍ରୟାସ କରିଛନ୍ତି। ପ୍ରଥମଥର ସାତ ହଜାର ସାମୁକା ସାହାଯ୍ୟରେ ସେ ପୁରୀ ବେଳାଭୂମିରେ ଭଗବାନ ଗଣେଶଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି।

ସେହିପରି ଏହି ବାଲୁକା କଳା ମାଧ୍ୟମରେ ସୁଦର୍ଶନ ଗଣେଶ ପୂଜାର ଅଭିନନ୍ଦନ ଜଣାଇବା ସହ ଓ୍ଵାର୍ଲ୍ଡ ପିସ୍ ବା ବିଶ୍ଵ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା କଳାର ଫଟୋକୁ ସେ ତାଙ୍କର ଟୁଇଟର ପେଜରେ ପୋଷ୍ଟ କରିଛନ୍ତି। ଏହି ବାଲୁକା କଳାକୁ ସାରା ବିଶ୍ଵରୁ ପ୍ରଶଂସା ମିଳୁଥିବା ବେଳେ ମାତ୍ର କିଛି ଘଣ୍ଟା ମଧ୍ୟରେ ଅନେକେ ଏହାକୁ ଲାଇକ୍ ଏବଂ ରିଟୁଇଟ୍ କରିଛନ୍ତି।ଗଲା ବର୍ଷ ପରି ଏଥର ମଧ୍ୟ କରୋନା କଟକଣା ମଧ୍ୟରେ ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କ ପୂଜା ହେଉଛି। ପ୍ରତିବର୍ଷ ପରି ବହୁ ଆଡମ୍ଵରରେ ନ ହେଲେ ମଧ୍ୟ ନିରାଡମ୍ଵରରେ ଗଜାନନଙ୍କୁ ସମସ୍ତେ ଆବାହନ କରିଛନ୍ତି।

Comment