ଓଡିଶାଲାଇଭ୍ ବ୍ୟୁରୋ

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଶ୍ରୀ ଗଣେଶଙ୍କ ପାଇଁ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଭୋଗ ପ୍ରସ୍ତୁତ କରାଯାଇଥାଏ। ସେହିପରି ଓଡ଼ିଶାରେ ମଧ୍ୟ ଓଡ଼ିଆ ପରମ୍ପରା ଅନୁଯାୟୀ ଗଜାନନଙ୍କ ପାଖରେ ସ୍ୱତନ୍ତ୍ର ଭୋଗ ଲାଗି ହୁଏ।

ଲଡୁ

ଗଜାନନଙ୍କ ପ୍ରିୟ ଭୋଗ ହେଉଛି ଲଡୁ। ଓଡ଼ିଶାର ପୁରପଲ୍ଲୀରେ ଓଡ଼ିଆମାନେ ଲଡ଼ୁ ଭୋଗକରି ଗଣେଶଙ୍କୁ ପୂଜା କରିଥାନ୍ତି। ସ୍କୁଲର କଲେଜଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନଗୁଡ଼ିକରେ ଗଣେଶ ପୂଜା ଦିନ ଲଡୁ ପୂଜା କରାଯାଇଥାଏ।

ଚୂଡ଼ା ଘସା

ଓଡ଼ିଶାର ଗାଁ ଗହଳିରେ ଗଣେଶଙ୍କ ପାଖରେ ଚୂଡ଼ା ଘସା ଭୋଗ ଲାଗି ହୁଏ। ଚୂଡ଼ାକୁ ଗୁଣ୍ଡକରି ଏଥିରେ ଅନ୍ୟସବୁ ବ୍ୟଞ୍ଜନ ମିଶାଇ ପ୍ରସ୍ତୁତ କରାଯାଇଥାଏ ଚୂଡ଼ା ଘସା। ଏହାପରେ ତାକୁ ଠାକୁରଙ୍କ ପାଖରେ ଭୋଗଲାଗି କରି ପୂଜା କରାଯାଇଥାଏ। ଚୂଡ଼ା ଘସା ଓଡ଼ିଆମାନଙ୍କର ପ୍ରଧାନ ଭୋଗ। ଏହାକୁ ସମସ୍ତ ପର୍ବ ପର୍ବାଣୀରେ ଭଗବାନଙ୍କ ନିକଟରେ ଭୋଗ କରାଯାଇଥାଏ।

ସେଓ ବୁନ୍ଦି

ଓଡ଼ିଆ ପରିବାରର ଘରେ ଘରେ ଠାକୁରଙ୍କ ପାଖରେ ପୂଜା ହୋଇଥାଏ ସେଓ ବୁନ୍ଦି। ଯେକୌଣସି ପ୍ରକାର ମାଙ୍ଗଳିକ କାମରେ ଭୋଗ ଆକାରରେ ଠାକୁରଙ୍କ ପାଖରେ ସ୍ଥାନ ପାଏ ସେଓବୁନ୍ଦି। ଗଣେଶଙ୍କ ଆରାଧନା ହେଉଥୁବା ବିଭିନ୍ନ ପୂଜା କମିଟିରେ ସେଓବୁନ୍ଦି ଭୋଗ କରାଯାଇ ଭକ୍ତମାନଙ୍କ ମଧ୍ୟରେ ବଣ୍ଟାଯାଇଥାଏ।

ନଡ଼ିଆ ଓ କଦଳୀ

ସାଧାରଣତଃ ସମସ୍ତ ପୂଜାରେ ଠାକୁରଙ୍କ ପାଖରେ ଲାଗି ହୋଇଥାଏ ନଡ଼ିଆ ଓ କଦଳୀ। ନଡ଼ିଆକୁ ସବୁ ପୂଜାରେ ଆଗରେ ରଖାଯାଇଥାଏ। ଏହି ନଡ଼ିଆ ସହ ଭୋଗଥାଳିରେ ସ୍ଥାନ ପାଏ କଦଳୀ।

LEAVE A REPLY

Please enter your comment!
Please enter your name here