ଓଡିଶାଲାଇଭ୍ ବ୍ୟୁରୋ

ବାହାରିନ୍‌ରେ କୋଭିଡ୍-୧୯ କଟକଣା ସହିତ ଗଣେଶ ପୂଜା ପାଳିତ ହୋଇଛି। ବାହାରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ଗଣେଶ ପୂଜା ପାଳନ କରାଯାଇଛି। ପୂଜା ସ୍ଥଳକୁ ପ୍ରବେଶ କରିବା ପୂର୍ବରୁ ସମସ୍ତ ଭକ୍ତଙ୍କର ତାପମାତ୍ରା ଯାଞ୍ଚ କରାଯାଇଥିଲା। ଏଥିସହ ସମସ୍ତେ ସାନିଟାଇଜର୍ ବ୍ୟବହାର କରିବା ସହିତ ମାସ୍କ ପରିଧାନ କରିଥିଲେ। କୋଭିଡ୍ କଟକଣା ଯୋଗୁଁ ଅଳ୍ପସଂଖ୍ୟକ ଭକ୍ତ ପୂଜାରେ ଉପସ୍ଥିତ ଥିଲେ। ଅନ୍ୟମାନେ ଜୁମ୍ ଓ୍ଵେବିନାର୍ ମାଧ୍ୟମରେ ପୂଜାରେ ସାମିଲ ହୋଇଥିଲେ।

ଡକ୍ଟର ଅରୁଣ କୁମାର ପ୍ରହରାଜ କୋଭିଡ୍‍-୧୯ ନିୟମାବଳୀକୁ ଗୁରୁତ୍ଵ ଦେଇ କହିଛନ୍ତି ଯେ, ଆମେ କୋଭିଡ୍ ଗାଇଡ୍‌ଲାଇନ୍‌ ସହିତ କୌଣସି ସାଲିସ୍ ନକରି ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ ପୂର୍ବକ ଆମର ସାଂସ୍କୃତିକ ମୂଲ୍ୟବୋଧକୁ ବଞ୍ଚାଇବାକୁ ଚେଷ୍ଟା କରିଛୁ।ଡକ୍ଟର ପ୍ରହରାଜ ଆହୁରି ମଧ୍ୟ କହିଛନ୍ତି, “ବାହାରିନ୍‌ ହେଉଛି ପ୍ରେମ, ଶାନ୍ତି ଓ ସମନ୍ଵୟର ଦେଶ। ବାହାରିନ୍‌ ପରି ଏକ ଆଧୁନିକ, ଅଭିନବ ତଥା ପ୍ରଗତିଶୀଳ ରାଷ୍ଟ୍ରରେ ସମସ୍ତ ଧର୍ମର ଲୋକେ ଧାର୍ମିକ ସ୍ଵାଧୀନତା ଉପଭୋଗ କରନ୍ତି। ଏହି ସ୍ଵାଧୀନତା ବାହାରିନ୍‌ ପାଇଁ ବେଶ୍ ସ୍ଵତନ୍ତ୍ର ଏବଂ ଏହି ସ୍ଵାଧୀନତା ଉପରେ ବାହାରିନ୍‌ ରାଜାଙ୍କ ଆନ୍ତରିକ ବିଶ୍ଵାସ ଓ ପ୍ରତିବଦ୍ଧତା ପାଇଁ ଆମେ କୃତଜ୍ଞ।”ବାହାରିନ୍‌ ଓଡ଼ିଆ ସମାଜର ସଦସ୍ୟ ସୁବାସ ସାହୁ, ରମେଶ ପାଣିଗ୍ରାହୀ, ହିମାଂଶୁ ତଲଡ଼ି, ଅମୀୟ ସ୍ଵାଇଁ, ସ୍ନେହାଞ୍ଜଳି ପାଣିଗ୍ରାହୀ, ସୁନିତା ପ୍ରହରାଜ ଏହି କଠିନ ସମୟରେ ନିଜ ସାଂସ୍କୃତିକ ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପୂଜାର ଆୟୋଜନ କରିବା ସହିତ ପୂଜା କାର୍ଯ୍ୟକୁ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିଥିଲେ।BGU

LEAVE A REPLY

Please enter your comment!
Please enter your name here