ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ଫିକା ପଡ଼ିବ ଗଣେଶ ପୂଜା। କାରଣ ଆସନ୍ତା ୫ ଦିନ ପାଇଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସେପ୍ଟେମ୍ବର ୧୯ ତାରିଖ, ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ବିଦ୍ୟାର ଦେବତା ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ପୂଜା ପାଇଁ ଚଳଞ୍ଚଳ ହୋଇ ଉଠିଛି ଗାଁଠୁ ସହର। କିନ୍ତୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।

ସେପ୍ଟେମ୍ବର ୧୯ ତାରିଖ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆରେଞ୍ଜ ଏବଂ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଦୃଷ୍ଟିରୁ ଚଳିତ ଥର ପୂଜା ମାହୋଲ ଫିକା ପଡ଼ିବ ବୋଲି ଆଶଙ୍କା କରାଯାଉଛି।

Tags: #GaneshPuja #RainfallWarning #Odisha #Festival #Culture

LEAVE A REPLY

Please enter your comment!
Please enter your name here