ଓଡିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା ମହାମାରୀ ଯୋଗୁଁ ଆରମ୍ଭରୁ ଫିକା ପଡ଼ିଛି ପାର୍ବଣ ଋତୁ। ପ୍ରତିବର୍ଷ ରାୟଗଡ଼ା ସହରରେ ବେଶ୍ ଧୁମ୍‌ଧାମ୍‌ରେ ପାଳିତ ହୋଇଥାଏ ଗଣେଶ ପୂଜା। କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁଁ କୌଣସି ପୂଜା ମଣ୍ଡପରେ ଗଣେଶ ପୂଜା ହୋଇନାହିଁ। ସହରବାସୀ ନିଜ ଘରେ ଅତି ନିରାଡ଼ମ୍ବର ଭାବେ ଗଣେଶଙ୍କୁ ପୂଜା କରୁଥିବା ଦେଖିବାକୁ ମିଳିଛି।

କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଚଳିତବର୍ଷ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜାକୁ ବାରଣ କରାଯାଇଛି। କିନ୍ତୁ ଶ୍ରଦ୍ଧାଳୁଙ୍କ ଭକ୍ତି ଆଗରେ ହାର ମାନିଛି ମହାମାରୀ। ଫଳରେ ପୂର୍ବ ଭଳି ପୂଜା ମଉଜ ଭୁଲି ରାୟଗଡ଼ା ସହରବାସୀ ଏବେ ପରମ୍ପରା ବଜାୟ ରଖିବା ଉଦ୍ଦେଶ୍ୟରେ ଘରେ ଘରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି।BGUରାୟଗଡ଼ା ସହରରେ ଅଗ୍ରପୂଜ୍ୟଙ୍କ ପୂଜା ନିମନ୍ତେ ସାହି, ଛକ କିମ୍ବା ପେଣ୍ଡାଲରେ ପୂଜାର ଆୟୋଜନ ହୋଇନାହିଁ। କରୋନା ସଂକ୍ରମଣ ପ୍ରତିହତ ସକାଶେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପ୍ରଶାସନ ଜିଲ୍ଲାରେ ସମସ୍ତ ପୂଜାର୍ଚ୍ଚନା ଓ ଧାର୍ମିକ ସମାବେଶ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି। ଫଳରେ ଆଗାମୀ ଦିନରେ ଆରମ୍ଭ ହେଉଥିବା ପାର୍ବଣ ଋତୁ ଫିକା ପଡ଼ିବା ନେଇ ଆଶଙ୍କା ଦେଖାଦେଇଛି।

Comment