ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଗଣେଶ ଚତୁର୍ଥୀ। ଧରାବତରଣ କରିଛନ୍ତି ଗଜାନନ। ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ଗଣେଶ ଜନ୍ମ ହୋଇଥିବାରୁ ଏହି ଦିନ ବିଦ୍ୟାର ଦେବତା ଅଗ୍ରପୂଜ୍ୟ ଗଣେଶଙ୍କର ପୂଜା କରାଯାଉଛି। କରୋନା କଟକଣା ପାଇଁ ଉତ୍ସବ ଫିକା ପଡ଼ିଥିଲେ ମଧ୍ୟ ଘରେ ଘରେ ପୂଜା ପାଉଛନ୍ତି ପାର୍ବତୀ ନନ୍ଦନ।BGU

 

ଏହି ଅବସରରେ ଆସନ୍ତୁ ଜାଣିବା ବିଘ୍ନବିନାଶକଙ୍କ ଜନ୍ମ କହାଣୀ

ଶିବ ପୁରାଣ ଅନୁସାରେ ଦେବୀ ପାର୍ବତୀ ନିଜ ଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ ଦାନ ଦେଲେ। ପାର୍ବତୀ ଗଣେଶଙ୍କୁ ଦ୍ୱାର ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇଁ ଆଦେଶ ଦେଇ ସ୍ନାନ କରିବାକୁ ଗଲେ। ଠିକ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।

ଗଣେଶ ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରିଲେ ଗଣେଶ ଶୁଣିନଥିଲେ। ଏହାପରେ କ୍ରୋଧରେ ମହାଦେବ ଗଣେଶଙ୍କ ଶିର ଚ୍ଛେଦନ କଲେ।  ପାର୍ବତୀ ଏହା ଜାଣିବା ପରେ ଭୀଷଣ କ୍ରୋଧିତ ହୋଇଥିଲେ। ଦେବୀ ପାର୍ବତୀଙ୍କୁ ଶାନ୍ତ କରିବା ପାଇଁ ଗଣେଶଙ୍କୁ ପୁଣି ଜୀବୀତ କରିବାକୁ ମହାଦେବ ପ୍ରତିଶ୍ରୁତି ଦେଇଥିଲେ।

ମହାଦେବ ଗଣେଶଙ୍କ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଗଣପତିଙ୍କ ଶରୀରରେ ଯୋଡ଼ି ଜୀବନ ଦାନ କଲେ।

LEAVE A REPLY

Please enter your comment!
Please enter your name here