ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଙ୍ଗୀତ ସାମ୍ରାଜ୍ଞୀ ଲତା ମଙ୍ଗେସକର ଅସୁସ୍ଥ ହୋଇପଡ଼ିଥିବାରୁ ଗତ ନଭେମ୍ବର ୧୧ ତାରିଖରେ ମୁମ୍ବାଇ ବ୍ରିଚ୍‌ କ୍ୟାଣ୍ଡୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ ଲତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ହେଲେ ସୋସିଆଲ ମିଡିଆରେ ଲତାଙ୍କ ମୃତ୍ୟୁ ନେଇ ଗୁଜବ ପ୍ରଚାର ହେଉଛି।

ଏଭଳି ଗୁଜବ ଶୁଣି ଲତା ମଙ୍ଗେସକରଙ୍କ ଫ୍ୟାନ୍‌ମାନେ ସ୍ତବ୍ଧ ହୋଇଯାଇଛନ୍ତି। ଅନେକ ଲୋକ ଏହାକୁ ସତ ଭାବି ଦୁଃଖ ପ୍ରକାଶ କରିବା ସହ ସେୟାର ମଧ୍ୟ କରୁଛନ୍ତି। ତେବେ ଏଭଳି ଗୁଜବକୁ ବିଶ୍ୱାସ ନକରିବା ପାଇଁ ଲତାଙ୍କ ଝିଆରୀ ରଚନା ଶାହ କହିଛନ୍ତି।

ଏନେଇ ରଚନା କହିଛନ୍ତି,”ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ସେ ବର୍ତ୍ତମାନ ଠିକ୍‌ ଅଛନ୍ତି। ତେବେ ଲତାଙ୍କ ମୃତ୍ୟୁକୁ ନେଇ ସୋସିଆଆ ମିଡିଆରେ ଚାଲୁଥିବା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ।”

ଆର୍‌ପିଜି ଏଣ୍ଟରପ୍ରାଇଜେସ୍‌ ଚେୟାରମ୍ୟାନ୍‌ ହର୍ଷ ଗୋୟନକା ରବିବାର ଟୁଇଟ୍‌ କରି ଲତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆଜି ଆମେରିକାରର କ୍ଲେଭ୍‌ଲ୍ୟାଣ୍ଡ କ୍ଲିନିକ୍‌ରୁ ଆସିଥିବା ଡାକ୍ତରୀ ଟିମ୍‌ ଲତାଙ୍କୁ ଦେଖିଛନ୍ତି। ମତେ ଏହା କହିବାକୁ ଖୁସି ଲାଗୁଛି ଯେ, ଲତାଙ୍କା ସ୍ୱାସ୍ଥ୍ୟବସ୍ଥା ଧିରେ ଧିରେ ଭଲ ହେବାରେ ଲାଗିଛି।”

Comment