ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ଏବେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଦୁଇ ଦେଶ ସୀମାରେ ନିଜର ଶକ୍ତିବୃଦ୍ଧି କରୁଥିବାବେଳେ ବହୁ ସଂଖ୍ୟାରେ ସୈନ୍ୟ ମୁତୟନ କରୁଛନ୍ତି। ଏହା ଭିତରେ ଚୀନ୍ ସୀମାରେ ମୁତୟନ ହୋଇଥିବା ଭାରତୀୟ ଯବାନଙ୍କୁ ଶକ୍ତିଶାଳୀ କରିବା ପାଇଁ ସେମାନଙ୍କୁ ସ୍ୱତନ୍ତ୍ର ‘ଏଆଇଜି ସାୟର ଆସଲ୍ଟ ରାଇଫଲ୍’ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।

ଏହାଦ୍ୱାରା ଚୀନ୍ ସୀମାରେ ମୁତୟନ ଥିବା ଭାରତୀୟ ଯବାନ ଆହୁରି ଅଧିକ ଶକ୍ତିଶାଳୀ ହୋଇପାରିବେ। ଏପରିକି ସେମାନେ ଚୀନ୍ ସେନାକୁ ଉଚିତ୍ ଜବାବ୍ ମଧ୍ୟ ଦେଇପାରିବେ ବୋଲି କୁହାଯାଉଛି।ଭାରତ ପୂର୍ବରୁ କଶ୍ମୀରରେ ମୁତୟନ ଥିବା ଯବାନଙ୍କୁ ଏହି ସ୍ୱତନ୍ତ୍ର ରାଇଫଲ ଯୋଗାଇଦେଇଥିଲା। ଏବେ ଚୀନ୍ ସୀମାରେ ନିଯୁକ୍ତ ଭାରତୀୟ ଯବାନଙ୍କୁ ୭୨ ହଜାର ୫ ଶହ ସ୍ୱତନ୍ତ୍ର ରାଇଫଲ ଦିଆଯିବ। ଏହି ରାଇଫଲ ଆମେରିକା ଦ୍ୱାରା ନିର୍ମାଣ କରାଯାଇଥିବାବେଳେ ଏହା ବେଶ ଶକ୍ତିଶାଳୀ ବୋଲି ଜଣାପଡ଼ିଛି।

Comment