ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଭାରତର ଗୋଟିଏ ଇଞ୍ଚ ଜମି କେହି ନେଇ ପାରିବେ ନାହିଁ। ଆମ ସେନା ସୀମାରେ ସଜାଗ ରହିଛନ୍ତି। ସବୁ ପରିସ୍ଥିରେ ସେନା ଦେଶକୁ ରକ୍ଷା କରିବା’’, ଏଲଏସିରେ ଭାରତୀୟ ଯବାନଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

ରାଜନାଥ ସିଂ କହିଛନ୍ତି, ‘‘ଭାରତ ହେଉଛି ଏକମାତ୍ର ଦେଶ ଯିଏ ସମଗ୍ର ବିଶ୍ୱକୁ ଶାନ୍ତି ବାର୍ତ୍ତା ଦେଇଛି। ଆମେ କୌଣସି ଦେଶ ଉପରେ ଆକ୍ରମଣ କରିନାହୁଁ କିମ୍ବା କୌଣସି  ଦେଶର ଜମି ଦଖଲ କରିନାହୁଁ। ଭାରତ ସବୁବେଳେ ବସୁଧୈବ କୁଟୁମ୍ବକମ ବାର୍ତ୍ତା ଦେଇଛି।”CGU new

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗଲଓ୍ୱାନ ଘାଟିରେ ଦେଶ ପାଇଁ ୨୦ ଯବାନ ପ୍ରାଣବଳୀ ଦେଇଥିଲେ। ଦେଶର ୧୩୦ କୋଟି ଲୋକ ଏହି ଦୁଃଖ ପାଇଛନ୍ତି। ଯବାନଙ୍କ ବଳିଦାନ କେବେ ବ୍ୟର୍ଥ ଯିବନି।

ସୀମାରେ ସ୍ଥିତି ସମୀକ୍ଷା କରିବାକୁ ଶୁକ୍ରବାର ରାଜନାଥ ସିଂ ଲଦାଖରେ ଗସ୍ତ କରିଛନ୍ତି। ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC)ରେ ପହଞ୍ଚିବା ପରେ ସେ ସ୍ଥିତି ସମୀକ୍ଷା କରିଛନ୍ତି। ସୀମାରେ ଯବାନଙ୍କ ଯୁଦ୍ଧାଭ୍ୟାସ ଦେଖିବାକୁ ସହିତ ଯବାନଙ୍କୁ ଉତ୍ସାହିତ ମଧ୍ୟ କରିଛନ୍ତି।

Comment