ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବ ଲଦାଖରେ ମୁତୟନ ହୋଇଥିବା ଯବାନଙ୍କ ପାଇଁ ଅତ୍ୟାଧୁନିକ କୋଠାର ନିର୍ମାଣ କରାଯାଇଛି। ଅସହ୍ୟ ଥଣ୍ଡାରେ ଯବାନଙ୍କ ସୁରକ୍ଷା କବଚ ସାଜିବ ଏହି କୋଠା। କାରଣ ଏହି କୋଠା ଯବାନଙ୍କୁ ମାଇନସ୍‌ ୪୦ ଡିଗ୍ରୀ ତାପମାତ୍ରାରୁ ସୁରକ୍ଷା ଦେଇପାରିବ। ଏହି କୋଠାରେ ଉପଯୁକ୍ତ ଉତ୍ତାପ, ପାଣି, ବିଜୁଳି ଓ ସମସ୍ତ ପ୍ରକାର ଖାଦ୍ୟପେୟ ପାଇଁ ବ୍ୟବସ୍ଥା ରହିଛି। ଅସହ୍ୟ ଥଣ୍ଡା ସମୟରେ ଯବାନଙ୍କ କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିବା ପାଇଁ ଏହି କୋଠା ସହାୟ ହେବ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି।

କେବଳ ଯବାନଙ୍କ ପାଇଁ ନୁହେଁ, ତୁଷାରପାତ ଓ ଥଣ୍ଡା ପବନରୁ ଅସ୍ତ୍ର ଶସ୍ତ୍ରକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଏଠାରେ ସ୍ୱତନ୍ତ୍ର ଟେଣ୍ଟ ତିଆରି ହୋଇଛି। ବର୍ତ୍ତମାନ ଏଲଏସିରେ ଚୀନ ସହ ତିକ୍ତତା ଚାଲିଛି। ଏଭଳି ସ୍ଥିତିରେ ନୂଆ କୋଠା ନିର୍ମାଣ କରାଯାଇଥିବାରୁ ସେଠାରେ ଅଧିକ ସଂଖ୍ୟକ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇପାରିବ।

ନଭେମ୍ବର ମାସ ପରେ ଏଠାରେ ପ୍ରତି ବର୍ଷ ୪୦ ଫୁଟର ବରଫପାତ ହୋଇଥାଏ। ସେହିପରି ଏଠାରେ ତାପମାତ୍ରା ମାଇନସ ୩୦ ଡିଗ୍ରୀରୁ ୪୦ ଡିଗ୍ରୀ ହୋଇଯାଏ। ଅସହ୍ୟ ଥଣ୍ଡା ଭିତରେ ଶତ୍ରୁଙ୍କ ପକ୍ଷରେ ନଜର ରଖିବା ଭାରତୀୟ ଯବାନଙ୍କ ପାଇଁ ଏକ ପ୍ରକାର ଚାଲେଞ୍ଜ ହୋଇଥାଏ। ତେଣୁ ଭାରତୀୟ ସେନା ଏଭଳି ସ୍ୱତନ୍ତ୍ର କୋଠା ପ୍ରସ୍ତୁତ କରିଛି।

Comment