ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସୀମାରେ ଧରାପଡ଼ିଲେ ଚୀନ୍ ସୈନିକ। ଶୁକ୍ରବାର ଜଣେ ଚୀନ୍ ସୈନିକକୁ ଏଲ୍ଏସି ଅଞ୍ଚଳରୁ ଭାରତୀୟ ସେନା ଧରିବା ସହିତ ସେ କିଭଳି ଭାରତ ସୀମାକୁ ଆସିଲେ ସେ ପଚରାଉଚୁରା ଜାରି ରଖିଛି।

ଭାରତୀୟ ସେନା ତରଫରୁ ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଏହି ସୈନିକ ଜଣକ ପ୍ୟାଙ୍ଗଙ୍ଗ ହ୍ରଦର ପାଖରେ ଦେଖିବାକୁ ମିଳିଥିଲା। ଏହାପରେ ପାଟ୍ରୋଲିଂ କରିବା ସମୟରେ ଭାରତୀୟ ସୈନ୍ୟ ତାଙ୍କୁ ଧରିବା ସହିତ ଏବେ ପଚରାଉଚୁରା କରୁଛି।

ସୈନିକ ଜଣକ ଭୁଲବଶତଃ ଭାରତ ସୀମାକୁ ପଶିଆସିଛି। ରାସ୍ତା ନଜାଣିବା ଫଳରେ ସେ ଏଲ୍ଏସି ପାର୍ କରିଯାଇଛି ବୋଲି କହିଛି। ତେବେ ଏହା ପଛରେ ଅନ୍ୟ କିଛି ଷଡ଼ଯନ୍ତ୍ର ଅଛି କି ନାହିଁ ସେ ନେଇ ସେନା ନିଜର ଯାଞ୍ଚ ଜାରି ରଖିଛି।  ତେବେ ପ୍ରଟୋକଲ୍ ମୁତାବକ ଯବାନ ଜଣଙ୍କୁ ପଚରାଉଚୁରା କରାଯାଉଛି। ଯଦି ସେ ଭୁଲରେ ଏଠାକୁ ଚାଲିଆସିଥିବେ ତେବେ ତାଙ୍କୁ ସମ୍ମାନର ସହ ନିଜ ଦେଶକୁ ଫେରାଇ ଦିଆଯିବ ବୋଲି କୁହାଯାଇଛି।

ଏହାପୂର୍ବରୁ ମଧ୍ୟ ଜଣେ ଚୀନ ସୈନିକ ରାସ୍ତା ଭୁଲି ଭାରତ ସୀମା ଭିତରକୁ ପଶି ଆସିଥିଲେ। ସତ ଜାଣିବା ପରେ ଭାରତୀୟ ସେନା ତାଙ୍କୁ ସସମ୍ମାନେ ନିଜ ଦେଶକୁ ପଠାଇ ଦେଇଥିଲା। ଭାରତ ଓ ଚୀନ ଭିତରେ ସୀମା ବିବାଦ ଲାଗି ରହିଥିବାରୁ ଚୀନ୍ ସେନାର ସୈନିକ ଭାରତ ସୀମାରେ ଦେଖାଯିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

LEAVE A REPLY

Please enter your comment!
Please enter your name here