ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ଦେଢ଼ ମାସରୁ ଅଧିକ ଦିନ ହେଲା ଭାରତ ଓ ଚୀନ ଭିତରେ ସୀମା ବିବାଦ ଲାଗି ରହିଛି। ଏହି ବିବାଦର ସମଧାନ ପାଇଁ ଆଜି କମାଣ୍ଡର ସ୍ତରୀୟ ବୈଠକ ବସିଥିଲା। ଦିନ ୧୧ଟାରୁ ଆରମ୍ଭ ହୋଇଥିବା ବୈଠକ ସନ୍ଧ୍ୟା ୫ଟାରେ ଶେଷ ହୋଇଛି। ଏହି ବୈଠକରେ ଭାରତର ପ୍ରତିନିଧିତ୍ୱ କରୁଥିବା ୧୪ କୋର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଏବେ ଲେହକୁ ଫେରୁଛନ୍ତି।

ଏହି ସଭାରେ ଉପସ୍ଥିତ ଥିବା ଭାରତୀୟ ସେନାର ଅଧିକାରୀମାନେ ବର୍ତ୍ତମାନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱାଣେଙ୍କୁ ବୈଠକ ସମ୍ପର୍କରେ ସୂଚନା ଦେବେ। ଏହା ପରେ ଡାଇରେକ୍ଟର ଜେନେରାଲ ଅଫ୍‌ ମିଲେଟ୍ରି ଅପରେସନ୍ସର ଅଧିକାରୀ  ବୈଦେଶିକ ମନ୍ତ୍ରଣାଳୟ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିବେ।

india-china

ସୀମାରେ ବିବାଦ ବନ୍ଦ କରିବା ପାଇଁ ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ପ୍ରୟାସ ଥିଲା। ଏବେ ଆଗକୁ ଦୁଇ ଦେଶ ମଧ୍ୟରେ ସାମରିକ ଏବଂ କୂଟନୈତିକ ଆଲୋଚନା ଜାରି ରହିବ।

କ’ଣ ଭାରତର ଦାବି?

ଏହି ବୈଠକ ବିବାଦୀୟ ସ୍ଥଳଠାରୁ ୨୦ କିଲୋମିଟର ଦୂର ମୋଲ୍ଡରେ ବସିଥିଲା। ମୋଲ୍ଡ ପୂର୍ବ ଲଦାଖରେ ଚୀନ୍ ପାର୍ଶ୍ୱରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ନିକଟରେ ଅବସ୍ଥିତ। ମିଳିଥିବା ସୂଚନା ଅନୁଯାୟୀ ଚୀନ୍ ଏବେ ଅଞ୍ଚଳରୁ ସୈନ୍ୟ କମାଇବାକୁ ପ୍ରସ୍ତୁତ ନୁହେଁ। ଏଭଳି ପରିସ୍ଥିତିରେ ଉଭୟ ଦେଶର ଦେଶର ସେନ୍ୟ ଏବେ ସେଠାରେ ରହିବେ। ଭାରତର ଦାବି ରହିଛି ଯେ ଏଲଏସି ନିକଟବର୍ତ୍ତୀ ବିବାଦୀୟ ଅଞ୍ଚଳ ପେଙ୍ଗଙ୍ଗ ହ୍ରଦ ନିକଟରୁ ନିଜର ସେନା ପ୍ରତ୍ୟାହାର କରୁ।

ଚୀନ୍ ସହ ହୋଇଥିବା ବିବାଦ ଉପରେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ସୀମା ବିବାଦର ସମାଧାନ ପାଇଁ ଉଦ୍ୟମ ଚାଲିଛି। ଭାରତ-ଚୀନ୍ ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ଗଣମାଧ୍ୟମ କିନ୍ତୁ ଏ ସଂପର୍କରେ ବିନା କୌଣସି ତଥ୍ୟ ଭୁଲ ତଥ୍ୟ ପ୍ରକାଶ କରନ୍ତୁ ନାହିଁ।

Comment