ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଲଓ୍ୱାନ ଘାଟିରୁ ଚୀନ ସୀମା ପଛକୁ ହଟିଥିଲେ ମଧ୍ୟ ସୀମାରେ ବିବାଦ ସମ୍ପୂର୍ଣ୍ଣ ଥମିନି। ଏହି ବିବାଦକୁ ପୂରାପୂରି ସମାଧନ କରିବା ଲାଗି ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ଚତୁର୍ଥ ଥର ପାଇଁ କମାଣ୍ଡରସ୍ତରୀୟ ବୈଠକ ବସିବାକୁ ଯାଉଛି। ଚୀନ ସେନା ପଛକୁ ହଟିବା ପରେ ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ବୈଠକ।CGU new

ଭାରତର ପକ୍ଷରୁ ଏଲଏସି ନିକଟ ଚୁସୁଲଠାରେ ଏହି ବୈଠକ ଅନୁଷ୍ଠିତ ହେବ।  ଏହି ବୈଠକରେ ପେଙ୍ଗଙ୍ଗ ହ୍ରଦ ଅଞ୍ଚଳରୁ ଦ୍ଵିତୀୟ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଭାରତ ଆଲୋଚନା କରିପାରେ। ଏଥିସହିତ ଏଲଏସିର କେଉଁ ସ୍ଥାନରେ ଉଭୟ ଦେଶର ସୈନ୍ୟ ଅବସ୍ଥାନ କରିବେ ତା’ଉପରେ ମଧ୍ୟ ଆଲୋଚନା ହୋଇପାରେ।

ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଏହି ବୈଠକରେ ଭାରତର ପ୍ରତିନିଧିତ୍ୱ କରିବେ ବୋଲି ଜଣାପଡ଼ିଛି। ଦକ୍ଷିଣ ଜିନଜିଆଙ୍ଗ କମାଣ୍ଡର ମେଜର ଜେନେରାଲ ଲିୟୁ ଲିନ ଚୀନର ପ୍ରତିନିଧିତ୍ୱ କରିବେ।

Comment