ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୀମାରେ ମୁତୟନ ଭାରତୀୟ ସେନାର ମନୋବଳ ବଢ଼ାଇବା ପାଇଁ ଶୁକ୍ରବାର ଅଚାନକ ଲେହରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲେହଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଥିବା ଫରୱାର୍ଡ ବ୍ରିଗେଡ ନିମୁ ଗସ୍ତ ମଧ୍ୟ କରିଥିଲେ। ସେଠାରେ ମୋଦୀ ପହଞ୍ଚିବା ପରେ ବିଧି ବିଧାନ ଓ ମନ୍ତ୍ରପାଠ ସହ ସିନ୍ଧୁ ଦର୍ଶନ ପୂଜା କରିଥିଲେ।

ମୋଦୀଙ୍କ ପୂଜା କରିବା ସମୟ ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ଦୁଇ ଜଣ ବ୍ରାହ୍ମଣ ମନ୍ତ୍ର ପାଠ କରୁଥିଲା ବେଳେ ମୋଦୀ ଫୁଲ, ନଡ଼ିଆ ସିନ୍ଧୁ ନଦୀକୁ ଅର୍ପଣ କରି ପୂଜା କରୁଥିବା ନଜର ଆସିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଲେହରେ ପହଞ୍ଚିଥିଲେ। ଏହା ପରେ ସେ ନିମୁଠାରେ ସେନା, ବାୟୁସେନା ଏବଂ ଆଇଟିବିପି ଯବାନ ସହିତ ଆଲୋଚନା କରିଥିଲେ।

Comment