ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଚୀନ ସୀମାରେ ସ୍ଥିତି ଅସମ୍ଭାଳ ହେଲେ ଏଣିକି କମାଣ୍ଡର ବନ୍ଧୁକ ଚାଳନା କରିପାରିବେ। ଗତ ଜୁନ୍‌ ୨୧ରେ ଭାରତୀୟ ସେନାକୁ ଏହି ସ୍ୱାଧୀନତା ପ୍ରଦାନ କରାଯାଇଛି। କିନ୍ତୁ ଏହା ପୂର୍ବରୁ ଭାରତ ଚୀନ ମଧ୍ୟରେ ଅନେକ ସଂଘର୍ଷ ହୋଇଛି ଯେଉଁଥିରେ ଉଭୟ ଦେଶର ସେନା କେବେ ହେଲେ ପରସ୍ପର ଉପରକୁ ଗୁଳି ଚାଳନା କରିନାହାନ୍ତି। ଏହାପଛରେ କାରଣ କ’ଣ ଥିଲା ଆସନ୍ତୁ ଜାଣିବା ଏହି ରିପୋର୍ଟରେ…

୧୯୯୧ ମସିହାରେ ତତ୍କାଳୀନ ଚୀନ ପ୍ରଧାନମନ୍ତ୍ରୀ ଲି-ପେଙ୍ଗ ଭାରତ ଗସ୍ତରେ ଆସିଥିଲେ । ସେ ସମୟର ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ସହ ତାଙ୍କର ଆଲୋଚନା ମଧ୍ୟ ହୋଇଥିଲା । ଏହାର ଦୁଇ ବର୍ଷ ପରେ ୧୯୯୩ ରେ ଭାରତର ପ୍ରଧାନମନ୍ତ୍ରୀ ରାଓ ଚୀନ ଗସ୍ତରେ ଯାଇଥିଲେ । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଏଲଏସିରେ ଶାନ୍ତି ବଜାୟ ରଖିବା ପାଇଁ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

ଏହି ଚୁକ୍ତି ଅନୁସାରେ ସୀମାରେ ପାଟ୍ରୋଲିଂ ବେଳେ ଦୁଇ ଦେଶର ସୈନ୍ୟ ଅସ୍ତ୍ର ବ୍ୟବହାର କରିବେ ନାହିଁ। ଆପୋଷ ବୁଝାମଣା ମଧ୍ୟରେ ଦୁଇ ଦେଶର ସବୁ ସମସ୍ୟାର ସମାଧାନ ହେବ। ସେହି ଚୁକ୍ତି ପାଇଁ ଦୁଇ ଦେଶର ସେନା କେବେ ହେଲେ ପରସ୍ପରକୁ ବନ୍ଧୁକରେ ଆକ୍ରମଣ କରନ୍ତି ନାହିଁ।

ଦୀର୍ଘ ବର୍ଷ ପରେ ଚୀନର କାର୍ଯ୍ୟକଳାପକୁ ଦେଖି ଭାରତ ଏହି ଚୁକ୍ତିକୁ ଭାଙ୍ଗିଛି। ସୀମାରେ ସ୍ଥିତି ଅତ୍ୟନ୍ତ ଖରାପ ହେଲେ କମାଣ୍ଡର ସ୍ତରୀୟ ଅଫିସର ବନ୍ଧୁକର ବ୍ୟବହାର କରିପାରିବେ ବୋଲି ଅନୁମତି ମିଳିଛି।

Comment