ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଦାଖରେ ଭାରତ ଓ ଚୀନ ସେନା ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ବୁଧବାର ପୈଗାଙ୍ଗ ହ୍ରଦର ଉତ୍ତର ପାର୍ଶ୍ୱରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଅନେକ ସମୟ ଧରି ଦୁଇ ଦେଶର ଯବାନ ଧସ୍ତାଧସ୍ତି ହୋଇଥିଲେ। ତେବେ ଆଲୋଚନା ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି।

ପୈଗଙ୍ଗ ହ୍ରଦର ୧୩୪ କିଲୋମିଟର ଉତ୍ତରରେ ଏହି ଘଟଣା ଘଟିଥିଲା। ପୈଗଙ୍ଗ ହ୍ରଦ ଚୀନରେ ଦୁଇ ତୃତୀୟାଂଶ ରହିଥିଲା ବେଳେ ଭାରତରେ ଗୋଟିଏ ଭାଗ ରହିଛି। ତୀବ୍ବତଠାରୁ ଲଦାଖ ପର୍ଯ୍ୟନ୍ତ ଲମ୍ବିଛି ଏହି ହ୍ରଦ। ଏହି ସୀମାରେ ଭାରତୀୟ ସେନାର ଯବାନ ପେଟ୍ରେଲିଂରେ ଯାଇଥିଲା ବେଳେ ଚୀନ ସେନା ଏହାକୁ ବିରୋଧ କରିଥିଲେ। ଫଳରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ସେନାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଦୁଇ ଦେଶ ପକ୍ଷରୁ ସୀମାରେ ଅଧିକ ସଂଖ୍ୟକ ଯବାନ ମୁତୟନ ହୋଇଛନ୍ତି।

ଅନେକ ସମୟ ଧସ୍ତାଧସ୍ତି ପରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଭୟ ଦେଶର ସେନାଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ଏହାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ପୂର୍ବରୁ ୨୦୧୭ ଅଗଷ୍ଟ ୫ରେ ମୁହାଁମୁହିଁ ହୋଇଥିଲେ ଉଭୟ ଦେଶର ଯବାନ। ଦୁଇ ଦେଶର ସେନାଙ୍କ ମଧ୍ୟରେ ପଥର ପିଙ୍ଗା ହୋଇଥିଲା। ସେହି ବର୍ଷ ସୀମାର ଡୋକଲାମଠାରେ ବି ଉତ୍ତେଜନ ଦେଖାଦେଇଥିଲା। ଦୀର୍ଘ ୭୩ଦିନ ମୁହାଁମୁହିଁ ପରେ ଉଭୟ ଦେଶର ଯବାନ ଉତ୍ତେଜନାରୁ ହଟିଥିଲେ।

Comment