ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ କ୍ଷୟକ୍ଷତି ହୋଇଛି। ତେବେ ବର୍ତ୍ତମାନ ନିର୍ବାଚନର ଫଳାଫଳ ଘୋଷଣା ପରେ ପୁରୀ ଜିଲ୍ଲା ଲୋକସଭା ନିର୍ବାଚିତ ପ୍ରାର୍ଥୀ ପିନାକୀ ମିଶ୍ର ଏକ ବଡ଼ ଘୋଷଣା କରିଛନ୍ତି। ପିନାକୀ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ତାଙ୍କର ଏମ୍‌ପି ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ଘୋଷଣା କରିଛନ୍ତି।

ପିନାକୀ ମିଶ୍ର ଆଗାମୀ ୫ ବର୍ଷର ସମୁଦାୟ ଏମ୍‌ପି ଦରମା ସହିତ ଦୈନିକ ଭତ୍ତା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବେ। ନିର୍ବାଚନ ଜିତିବା ପରେ ଏନେଇ ସେ ଟୁଇଟର୍‌ରେ ଘୋଷଣା କରିଛନ୍ତି।

ଚଳିତ ନିର୍ବାଚନ ଫଳାଫଳରେ ପୁରୀ ଲୋକସଭା ଆସନରେ ଏକ ପ୍ରକାରର ଯୁଦ୍ଧ ଦେଖିବାକୁ ମିଳିଥିଲା। ପିନାକୀ ମିଶ୍ରଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର ତାଙ୍କୁ କଡ଼ା ଟକ୍କର ଦେଇଥିଲେ। ତେବେ ଶେଷରେ ୧୧,୭୧୪ ଭୋଟରେ ଆଗୁଆ ରହି ପୁରୀ ଲୋକସଭା ନିର୍ବାଚିତ ପ୍ରାର୍ଥୀ ଭାବେ ବିଜୟ ମୁକୁଟ ପିନ୍ଧିଛନ୍ତି ପିନାକୀ ମିଶ୍ର।

Comment