ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନ ମାଟିରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ପରେ ଅଶାନ୍ତ ହୋଇଯାଇଛି ସୀମାନ୍ତ। ଭାରତକୁ ମୁହଁତୋଡ଼ ଜବାବ ଦେବା ପାଇଁ ପାକ୍ ସେନା ଆଗେଇ ଆସିଛି।

ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ଆଜି ସକାଳେ ପାକିସ୍ତାନର ଏଫ୍‌-୧୬ ବିମାନ ଭାରତ ସୀମାରେ ଅନୁପ୍ରବେଶ କରିଥିଲା। ଏହାର ଜବାବ ଦେଇଥିଲା ଭାରତୀୟ ବାୟୁସେନା। ଏଥିରେ ଭାରତୀୟ ବାୟୁସେନାର ମିଗ୍‌-୨୧ ବିମାନ କ୍ରାସ୍ ହୋଇଥିବା ବେଳେ ଜଣେ ପାଇଲଟ ନିଖୋଜ ଅଛନ୍ତି।

“ଭାରତର ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ପକ୍ଷରୁ ପ୍ରତିଆକ୍ରମଣ କରାଯାଇଛି। ପାକସ୍ତାନ ଲଢ଼ୁଆ ବିମାନ ଭାରତ ସୀମାରେ ଅନୁପ୍ରବେଶ କରିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ଜବାବ ଦିଆଯାଇଥିଲା। ଏହି ଲଢ଼େଇରେ ଭାରତୀୟ ବାୟୁସେନା ପାକିସ୍ତାନ ବିମାନକୁ ତଳକୁ ଖସାଇ ଦେଇଥିଲା। ଏଥିରେ ଗୋଟିଏ ଭାରତୀୟ ବିମାନ କ୍ରାସ୍ ହୋଇଥିବା ବେଳେ ଜଣେ ପାଇଲଟ୍ ନିଖୋଜ ଅଛନ୍ତି”, କହିଛନ୍ତି ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର।

Comment