ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଗତ କିଛି ଦିନ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି। ଏହାର ପ୍ରଭାବ ଫିଲ୍ମ ଇଣ୍ଡଷ୍ଟ୍ରୀ ଉପରେ ବି ପଡ଼ୁଥିବା ନଜର ଆସିଛି।

ଫେବ୍ରୁଆରି ୧୪ରେ ଜମ୍ମୁ କଶ୍ମୀରର ପୁଲୱାମାରେ ଆକ୍ରମଣ ହେବାପରେ ଭାରତୀୟ କଳାକାରମାନେ ନିଜ ଫିଲ୍ମ ପାକିସ୍ତାନରେ ରିଲିଜ୍‌ କରିବାକୁ ମନା କରିଛନ୍ତି। କେବଳ ଏତିକି ନୁହଁ ପାକିସ୍ତାନ କଳାକାରଙ୍କୁ ଭାରତରେ ବ୍ୟାନ୍‌ କରାଯାଇଛି।

ଆଉ ଏବେ ପାକିସ୍ତାନ ପଟୁ ବି ସେମିତି କିଛି ଖବର ଆସିଛି। ପାକିସ୍ତାନ ତରଫରୁ କୁହାଯାଇଛି କି କୌଣସି ଭାରତୀୟ ଫିଲ୍ମକୁ ରିଲିଜ୍‌ କରାଇ ଦିଆଯିବନାହିଁ। ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ଅନୁସାରେ ଫିଲ୍ମ ପ୍ରଦର୍ଶନ ଆସୋସିଏସନ ତରଫରୁ ନିଷ୍ପତ୍ତି ନେଇଛନ୍ତି କି କୌଣସି ଭାରତୀୟ ଫିଲ୍ମକୁ ରିଲିଜ୍‌ କରାଯିବନାହିଁ। ଅର୍ଥାତ ପାକିସ୍ତାନରେ ଭାରତୀୟ ଫିଲ୍ମକୁ ବୟକଟ୍‌ କରାଯାଇଛି। ଏହାସହିତ ପିଇଏମଆରଏକୁ ଭାରତର ବିଜ୍ଞାପନକୁ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here